Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକଙ୍କ ଦ୍ଵାରା କାଶୀନଗର ବ୍ଲକ ଅନ୍ତର୍ଗତ ଖୁରିଗାଁ ନିକଟରେ ଶ୍ରୀ ଗୌରୀ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ପୂଜା ମଣ୍ଡପ ଉଦଘାଟିତ

ପାରଳାଖେମୁଣ୍ଡି :୧୫/୨(ଗରୁଡ଼ ଧ୍ଵଜ ଚୌଧୁରୀ)
କାଶୀନଗର ବ୍ଲକ ଅନ୍ତର୍ଗତ ଖୁରିଗାଁ ନିକଟ ରେ ଦୀର୍ଘ୍ ୫୦ ବର୍ଷ ତଳେ ଶ୍ରୀ ଗୌରୀ ନୀଳକଣ୍ଠେଶ୍ଵର ମନ୍ଦିର ଏକ ଚାଳ ଘରେ ରହି ଆସିଥିଲା, କିଛି ବର୍ଷ ପରେ ଏହି ମନ୍ଦିର ଭାଙ୍ଗି ଯାଇଥିଲା ଓ ଏହି ମନ୍ଦିର ରେ ଥିବା ମହାଦେବ ଙ୍କ ଲିଙ୍ଗ ଟି କେହି ଚୋରିକରି ନେଇଯାଇଥିଲେ, ଏମିତି କିଛିଦିନ ବିତିଯିବା ପରେ ସେଇ ଗ୍ରାମ ର ଜଣେ ଶିବ ଭକ୍ତ ଗବାରା ରାମୁଲୁ ଙ୍କୁ ସ୍ୱପ୍ନାଦେଶ ପ୍ରକାରେ ନିକଟସ୍ତ ଏକ ପାହାଡ ଶିଖର ରେ ଶିବଲିଙ୍ଗ କୁ ଆଣି ପୁଣି ଏକ ଛୋଟିଆ ମନ୍ଦିର ଟି ପ୍ରତିଷ୍ଠା ହୋଇଥିଲା, କିନ୍ତୁ ଏହି ମନ୍ଦିର ଉନ୍ନତଧରଣ କରିବା ପାଇଁ ଅର୍ଥ ବାଧକ ସାଜିଥିଲା , ବର୍ତ୍ତମାନ ର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ପ୍ରଚେଷ୍ଟା ରେ ଆଜି ବିରାଟ ବଡ ଉନ୍ନତ ମାନର ମନ୍ଦିର ନିର୍ମାଣ ହୋଇଯାଇଛି, ଆଜି ଶିବରାତ୍ର ଅବସର ରେ ଆଉ ଟିକେ ଉନ୍ନତି ହୋଇ ,ଆଜି ପୂଜା ମଣ୍ଡପ , କମିନିଟି ହୋଲ, କମିନିଟି ଶୌଚାଳୟ ର ଶୁଭ ଉଦଘାଟନ କଲେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ , ଏହି ମନ୍ଦିର ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁଦାନ ରେ ନିର୍ମିତ ହୋଇଥିବା ସୂଚନା ଦେଇଛନ୍ତି, ଏହି ମନ୍ଦିର ନିର୍ମାଣ ପାଇଁ କାଶୀନଗର ବିଜ୍ଞାପିତ ଅଞ୍ଚଳ ର ୱାଡ ସଦସ୍ୟ କଟିକି ରାମାରାଓ ଙ୍କ ବି ଅବଦାନ ଥିବା ଜଣାପଡିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ପାରଳାଖମୁଣ୍ଡିଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁନୀଲ କାନ୍ତ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ଅଭିଯୋଗ ଶୁଣାଣୀ କରିଥିଲେ। ଆଜିର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ-୬୦ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା-୪୯ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା – ୧୧ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର ପଟ୍ଟନାୟକ ,ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।