Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରେ ଆରମ୍ଭ ହେଲା ମାଟ୍ରିକ୍‌‌ ବୋର୍ଡ ପରୀକ୍ଷା- ପରୀକ୍ଷା ଦେଉଛନ୍ତି ମୋଟ ୮୪୫୮ ଜଣ ଛାତ୍ରଛାତ୍ରୀ

ପାରଳାଖେମୁଣ୍ଡି:୧୯/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା। ଜିଲ୍ଲାରେ ଚଳିତ ବର୍ଷ ୪୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୮ହଜାର ୪୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେଥିମଧ୍ୟରୁ ଜିଲ୍ଲାରେ ଥିବା ଏହି ୪୦ ଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷର ବାର୍ଷିକ ମାଟ୍ରିକ ବୋର୍ଡ ପରୀକ୍ଷାର୍ଥୀ ଭାବେ ୮ ହଜାର ୧୧୬ ଜଣ ଛାତ୍ରଛାତ୍ରୀ ରେଗୁଲାର ଏବଂ ୧୮ ଜଣ ଏକ୍ସରେଗୁଲାର ପରୀକ୍ଷା ଦେଉଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ କେନ୍ଦ୍ର ପକ୍ଷରୁ ଫ୍ରେସ ଭାବେ ୨୫୯ ଜଣ ଏବଂ ବେକ୍ ଭାବେ ୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେହିଭଳି ସି:ସି: ରେଗୁଲାର ରେ ୧୯ ଜଣ ପରୀକ୍ଷା ଦେଉଛନ୍ତି ।ଏଥିପାଇଁ ଜିଲ୍ଲାରେ ୪ ଟି ନୋଡାଲ ସେଣ୍ଟର ଯଥା:-(୧):- ଗୋଷାଣୀ ବ୍ଲକର ପାରଳାଖେମୁଣ୍ଡି ପିଏମ-ଶ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଅଧୀନରେ ୧୫ ଟି ପରୀକ୍ଷା କେନ୍ଦ୍ରରେ ୬୨ ଟି ହାଇସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଏଠାରେ ୪ ଟି ଡେଶପାଚ ଟିମ୍ ରହିଛନ୍ତି।ସେହିଭଳି(୨) ରାୟଗଡ଼ ସ୍ଥିତ ନୋଡାଲ ସେଣ୍ଟର ପିଏମ-ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅଧୀନରେ ଥିବା ୮ ଟି ପରୀକ୍ଷା କେନ୍ଦ୍ରରେ ୨୯ ଟି ହାଇସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ଏବଂ ଏଠାରେ ୨ ଟି ଡେଶପାଚ ଦଳ ରହିଛନ୍ତି।ସେହିଭଳି (୩):- ଆର: ଉଦୟଗିରି ସ୍ଥିତ ନୋଡାଲ ସେଣ୍ଟର ସରକାରୀ ଉଚ୍ଚ ବିଦ୍ୟାଳୟ ଅଧୀନରେ ଥିବା ୭ ଟି ପରୀକ୍ଷା କେନ୍ଦ୍ରରେ ୩୦ ଟି ହାଇସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ଏବଂ ଏଠାରେ ୨ ଟି ଡେଶପାଚ ଦଳ ରହିଛନ୍ତି। ଠିକ୍ ସେହିଭଳି (୪):- ମୋହନା ସ୍ଥିତ ନୋଡାଲ ସେଣ୍ଟର ସରକାରୀ ଏସଏସଡି: ହାଇସ୍କୁଲ ଅଧୀନରେ ଥିବା ୧୦ ଟି ପରୀକ୍ଷା କେନ୍ଦ୍ରରେ ୪୦ ଟି ହାଇସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ଏବଂ ଏଠାରେ ୩ ଟି ଡେଶପାଚ ଦଳ ରହିଛନ୍ତି।ସମସ୍ତ ମୋଟ ୪୦ ଟି ପରୀକ୍ଷା କେନ୍ଦ୍ର ଗୁଡିକରେ ଆଜିର ଥିବା ଫାଷ୍ଟ ଲାଙ୍ଗୁଏଜ୍ ପରୀକ୍ଷା ଶାନ୍ତିଶୃଙ୍ଖଳା ସହ ପରିଚାଳନା ହୋଇଛି ।ପରୀକ୍ଷା ପରିଚାଳନା ତଦାରଖ କରିବା ପାଇଁ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଯୁକ୍ତି ଦିଆ ହୋଇଛି। ସଠିକ ଭାବେ ପରୀକ୍ଷା ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।ସୁରକ୍ଷା ତଦାରଖ ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି ଟିଭି କ୍ୟାମେରା ସ୍ଥାପନ କରାଯାଇଛି। ଛାତ୍ରଛାତ୍ରୀଙ୍କ ପ୍ରବେଶକୁ ସହଜ କରିବା ପାଇଁ ଚାରୋଟି ନୋଡାଲ୍ ପରୀକ୍ଷା କେନ୍ଦ୍ର ମାଧ୍ୟମରେ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଡିଆର ଏବଂ ଆଡମିଟ୍ କାର୍ଡ ବଣ୍ଟନ କରାଯାଇଛି। ବୋର୍ଡ ଅଧିକାରୀଙ୍କ ଠାରୁ ପ୍ରଶ୍ନପତ୍ର ଗ୍ରହଣ କରାଯିବା ପରେ ସେ ସବୁକୁ ଚାରୋଟି ନୋଡାଲ୍ କେନ୍ଦ୍ରର ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖା ଯିବା ବ୍ୟବସ୍ଥା କରାଯାଇଛି। ପୋଲିସ ଏସ୍କର୍ଟ ଦ୍ୱାରା ସମର୍ଥିତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପ୍ୟାକେଟ ଗୁଡ଼ିକର ସୁଗମ ବିତରଣ ପାଇଁ ଯାନବାହାନ ସହିତ ଏଗାରଟି ଡିସପ୍ୟାଚ୍ ଟିମ୍ ସଂଗଠିତ କରାଯାଇଛି। ସୁରକ୍ଷା ପାଇଁ ପରୀକ୍ଷା ଦିନ ଗୁଡ଼ିକରେ ଚାରୋଟି ନୋଡାଲ୍ କେନ୍ଦ୍ର ଏବଂ ସମସ୍ତ ୪୦ ଟି ପରୀକ୍ଷା କେନ୍ଦ୍ରରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପରୀକ୍ଷା ପ୍ରକ୍ରିୟା’କୁ ପ୍ରଭାବଶାଳୀ ଭାବରେ ତଦାରଖ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ମଧ୍ୟ ନିଯୁକ୍ତ କରା ଯାଇଥିବା ବିଭାଗୀୟ ସୁତ୍ରରୁ ଜଣାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories