ଜନ୍ମ ପରେ ମାଆ ଛାଡି ଦେଲା! ଟେଡି ବନିଲା କୁନି ପଞ୍ଚର ସାଥି
ନୂଆଦିଲ୍ଲୀ,୨୨।୨ : ଜାପାନର ଇଚିକାୱା ଚିଡ଼ିଆଖାନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। “ପଞ୍ଚ” ନାମକ ଏକ ଛୋଟ ମାଙ୍କଡ଼କୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗତ ବର୍ଷ ଜନ୍ମ ଦେବା ପରେ, ମାଆ ଶିଶୁଟିକୁ ଛାଡି ଦେଇଥିଲା। ମାଆ ଛାଡି ଦେବା ପରେ ପଞ୍ଚକୁ ଅନ୍ୟ ମାନଙ୍କ ମାନଙ୍କ ସହ ରହିବା ପାଇଁ ଏକ ଚିଡିଆଖାନାରେ ଛଡାଯାଇଥିଲା। କିନ୍ତୁ ତାର ମନ ପରିବର୍ତ୍ତନ କରିବା ସେତେ ସହଜ ନଥିଲା। ପଞ୍ଚକୁ ସୁରକ୍ଷିତ ଏବଂ ଖୁସି ରଖିବା ପାଇଁ, ଯତ୍ନ ନେଉଥିବା ଲୋକମାନେ ତା ପାଖରେ ଏଇ ଟେଡି କଣ୍ଢେଇ ରଖି ଦେଇଥିଲେ। ଯାହାର ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛିଯେ, ପଞ୍ଚ ଟେଡି ସହିତ ଶୋଇବା, ଖେଳିବା ଏପରିକି ସେ ଯେଉଁଠାକୁ ଯାଏ, ତାକୁ ସାଙ୍ଗରେ ନେଇ ଯାଉଥିବାର ଦେଖାଯାଉଛି। ଏବେ ଏହି କୁନି ପଞ୍ଚର କାହାଣୀ ସାରା ବିଶ୍ୱକୁ ଭାବବିହ୍ବଳ କରିଛି।

