ହାଇୱେରୁ ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ୍ : ୧୮ ମୃତ, ୨୫ ଆହତ
ନୂଆଦିଲ୍ଲୀ,୨୩|୨: ନେପାଳର ଧାଡିଂ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି | ହାଇୱେରୁ ବସଟି ନଦୀକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ବିଦେଶୀ ନାଗରିକ ମହିଳା ରହିଛନ୍ତି। ସେମାନେ କେଉଁ ଦେଶର ନାଗରିକ ଅଟନ୍ତି ସେନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁଲିସର ସୂଚନା ମୁତାବକ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି |
ଏହି ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକ ଏବଂ ଆହତଙ୍କ ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ବସ୍ ଟି ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭରଙ୍କ ନିୟନ୍ତ୍ରଣ ବସ ଉପରୁ ହଟି ଯାଇଥିଲା | ଯାହା ଫଳରେ ବସଟି ତ୍ରିଶୁଳି ନଦୀକୁ ଖସି ପଡ଼ିଥିଲା। ଧାଡିଂ ଜିଲ୍ଲାର ବେନିଘାଟ ରୋରାଙ୍ଗ ଅଞ୍ଚଳରେ ରାତି ପ୍ରାୟ ୧:୩୦ ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି । ତେବେ ମୃତକଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଏବଂ ୬ ଜଣ ମହିଳା ରହିଥିବା ସୂଚନା ରହିଛି | ଏହି ଦୁର୍ଘଟଣା ସମୟରେ ବସ୍ରେ ମୋଟ ୪୪ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି |

