Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋର୍ଟ ସାମ୍ମାରେ ମର୍ମନ୍ତୁଦ ଦୁର୍ଘଟଣା, ମହିଳାଙ୍କୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢିଗଲା ଇନୋଭା କାର୍

ଭୁବନେଶ୍ବର,୨୩।୨: ରାଜଧାନୀ ଭୁବନେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମହିଳାଙ୍କୁ ଧକ୍କା ଦେବା ସହିତ ମୁଣ୍ଡ ଉପରେ ଚଢି଼ ଯାଇଛି ଇନୋଭା କାର୍ । ଏହି ଭୟଙ୍କର ଦୁର୍ଘଟଣା ଘଟିଛି ଭୁବନେଶ୍ୱର କୋର୍ଟ ସମ୍ମୁଖରେ | ଘଟଣା ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ କାର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ସୂଚନା ଅନୁଯାୟୀ, ମହିଳା ତାଙ୍କ ସ୍ୱାମୀ ଓ ଛୋଟ ଛୁଆ ସହ ବାଇକରେ ଯାଉଥିଲେ । ସେହି ସମୟରେ କୋର୍ଟ ସାମ୍ନାରେ ପ୍ରବଳ ଭିଡ ଜମିଥିଲା | ଆଉ ହଠାତ ଏହି ସମୟରେ ଇନୋଭା କାର୍ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେ ମହିଳାଜଣକ ବାଇକରୁ ତଳକୁ ପଡ଼ିଯାଇଥିଲେ । ସେହି ସମୟରେ ଇନୋଭା କାର୍ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଘଟଣା ଘଟାଇବା ପରେ ଦ୍ରୁତଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଘଟଣାସ୍ଥଳରେ ଥିବା ଲୋକେ କହିଛନ୍ତି ।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରିଥିଲା । ତେବେ କେଉଁ ପରିସ୍ଥିତିରେ ଏବଂ କିଭଳି ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ