ମୋଦୀଙ୍କ ଇସ୍ରାଏଲ ଗସ୍ତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା…
ନୂଆଦିଲ୍ଲୀ,୨୩|୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ ଗସ୍ତକୁ ନେଇ ରାଜନୀତିକ ଚର୍ଚ୍ଚା ଧରିଛି । ଇସ୍ରାଏଲ ସହ ସୁରକ୍ଷା, ପ୍ରଯୁକ୍ତି ଓ କୃଷି କ୍ଷେତ୍ରରେ ସହଯୋଗ ବଢ଼ାଇବା ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ବୋଲି ସରକାର କହୁଛନ୍ତି । ଅନ୍ୟପଟେ ବିରୋଧୀ ଦଳମାନେ କହୁଛନ୍ତି ଯେ, ପଶ୍ଚିମ ଏସିଆର ଏଭଳି ସଂବେଦନଶୀଳ ପରିସ୍ଥିତି ମଧ୍ୟରେ ଏହି ଯାତ୍ରା ଭାରତର ପାଲେଷ୍ଟାଇନ ସହ ଥିବା ସମ୍ପର୍କକୁ ପ୍ରଭାବିତ କରିପାରେ । ପ୍ରାୟ ଏଭଳି ପରିସ୍ଥିତିରେ ବିଶେଷ କରି ଅନ୍ତର୍ଜାତୀୟ ମଞ୍ଚରେ ଭାରତ ସାଧାରଣତଃ “ଦୁଇ ରାଷ୍ଟ୍ର ସମାଧାନ”କୁ ସମର୍ଥନ କରିଆସିଛି । କିନ୍ତୁ ବର୍ତ୍ତମାନ ଭାରତ କେବଳ ବାଣିଜ୍ୟକ ନୀତି ପାଇଁ ଯାତ୍ରା କରୁଛି, ନା ଦୁଇ ଦେଶ ମଧ୍ୟରେ ଚାଲିଥିବା ଅସ୍ଥିର ପରିସ୍ଥିତି ର ସମାଧାନ କରିବାକୁ? ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଧରିଛି ।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନ୍ୟାହୁ ଏବଂ ମୋଦୀଙ୍କ ନିକଟ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି । ଏହା ମଧ୍ୟରେ ସରକାର ଏହାକୁ ଦୁଇ ଦେଶର ସମ୍ପର୍କ ମଜବୁତ କରିବାର ଏକ ଗୁରୁତ୍ଵପୁର୍ଣ ପଦକ୍ଷେପ ହେବ ବୋଲି କହିଛନ୍ତି । ସାମରିକ ସୁରକ୍ଷା ଚୁକ୍ତି, ଅସ୍ତ୍ର କ୍ରୟ ଓ ଆନ୍ତର୍ଜାତିକ ମଞ୍ଚରେ ଭାରତର ଭୂମିକାକୁ ନେଇ ଏହି ଗସ୍ତ ଦେଶୀୟ ରାଜନୀତିରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି ।

