Class-8 ପୁସ୍ତକରେ ‘ଦୁର୍ନୀତି’ ବିଷୟରେ ପାଠ ପଢିବେ ଛାତ୍ର ଛାତ୍ରୀ! ଏହା ଶିକ୍ଷା ନା ରାଜନୀତି?
ନୂଆଦିଲ୍ଲୀ, ୨୪|୨: ନୂଆ NCERT ଶ୍ରେଣୀ ୮ମ social science ପୁସ୍ତକରେ ଏବେ କେବଳ ନ୍ୟାୟାଳୟର ଗଠନ ଓ ଭୂମିକା ନୁହେଁ, ବରଂ ଏହାର ଦୁର୍ବଳ ପଟକୁ ମଧ୍ୟ ଉଲ୍ଲେଖ କରାଯାଇଛି । ଅର୍ଥାତ ପାଠ୍ୟପୁସ୍ତକରେ ନ୍ୟାୟ ପ୍ରଣାଳୀର ଗଠନ ସହ ଦୁର୍ନୀତି, ମାମଲା ଜମା ରହିବା ଓ ଦାୟିତ୍ୱବୋଧ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ଏହି ପୁସ୍ତକଟି ଚଳିତ ମାସ ଫେବୃଆରୀ ୨୩ ରେ ପ୍ରକାଶିତ ହେଇଛି । ଏହାକୁ ଆକ୍ଷେପକରି, ଜେଷ୍ଠ ଆଇନଜୀବୀ ଓ ସାଂସଦ କପିଲ୍ ସିବଲ କହିଛନ୍ତି, ଯଦି ଦୁର୍ନୀତି ବିଷୟ ପଢ଼ାଯିବ, ତେବେ ସରକାରୀ ବ୍ୟବସ୍ଥା, ରାଜନୀତି ଓ ପ୍ରଶାସନର ଦୁର୍ନୀତିକୁ ମଧ୍ୟ ସମାନ ଭାବେ ଉଲ୍ଲେଖ କରାଯିବା ଉଚିତ । ସେ ଅଭିଯୋଗ କରିଛନ୍ତି ଯେ, ଏହା ମାଧ୍ୟମରେ ନ୍ୟାୟ ପ୍ରଣାଳୀ ଉପରେ ଅବିଶ୍ୱାସ ସୃଷ୍ଟି କରାଯାଉଛି ।
ଏହି କାରଣରୁ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ଶିକ୍ଷା କେବଳ ଭଲ ପଟକୁ ଦେଖାଇବା ପାଇଁ ନୁହେଁ । ଲୋକତନ୍ତ୍ରରେ ଯେକୌଣସି ବ୍ୟବସ୍ଥା, ନ୍ୟାୟାଳୟ, ପ୍ରଶାସନ କିମ୍ବା ସରକାର, ସମସ୍ତଙ୍କର ସକାରାତ୍ମକ ଦିଗ ଓ ସମସ୍ୟା ଦୁଇଟି ରହେ । ଛାତ୍ରଛାତ୍ରୀମାନେ ଯଦି ଉଭୟ ଦିଗ ସମ୍ପର୍କରେ ଜାଣିବେ, ତେବେ ସେମାନେ ଅଧିକ ସଚେତନ ଓ ବିଚାରଶୀଳ ନାଗରିକ ହେବେ । ଏହାକୁ ସରକାର “ଲୋକତାନ୍ତ୍ରିକ ଶିକ୍ଷା”ର ଅଂଶ ବୋଲି ଦେଖୁଥିବା ବେଳେ କିଛି ବିପକ୍ଷ ନେତା ଏହାକୁ ନ୍ୟାୟବ୍ୟବସ୍ଥାର ଛବିକୁ କ୍ଷତି ପହଞ୍ଚାଇବାର ଚେଷ୍ଟା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ସେମାନଙ୍କ ମତ ଅନୁଯାୟୀ, ଶିକ୍ଷା ପାଠ୍ୟକ୍ରମକୁ ରାଜନୈତିକ ଭାବେ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

