Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ କଲେଜରେ ରାଜ୍ୟ ସ୍ତରୀୟ ଓଡିଆ “ଭାଷା ସମ୍ପାନଂ କାର୍ଯ୍ୟକ୍ରମ. ଅନୁଷ୍ଠିତ

ପାରଳାଖେମୁଣ୍ଡି:୨/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଭାଷା ପ୍ରତିଷ୍ଠାନ, ଭୁବନେଶ୍ବର ଏବଂ ମହିଳା ସ୍ନାତକ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି, ଜିଲ୍ଲା ଗଜପତିର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ “ଭାଷା ସମ୍ପାନ” ପାରଳାଖେମୁଣ୍ଡି ସ୍ଥିତ ଆର.ସେ.ଟି. ସମ୍ମିଳନୀ କକ୍ଷ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡିର ଅବଦାନ ଓଡ଼ିଆ ଭାଷା ପାଇଁ ଅବିସ୍ମରଣୀୟ ବୋଲି ଏହି ସମାବେଶରେ ଅତିଥି ଓ ବକ୍ତାମାନେ ପ୍ରକାଶ କରି ପାରଳାଖେମୁଣ୍ଡି ଓଡ଼ିଆ ଭାଷା ଓ ସାହିତ୍ୟକୁ ଗୌରବାନ୍ବିତ କରିଛି ବୋଲି ମାତବ୍ୟକ୍ତ କରିଛନ୍ତି. ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ପୌରୋହିତ୍ୟ କରିଥିଲେ । ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କଲାପରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ସୁସାହିତ୍ୟିକ ଡ଼ ଲମ୍ବୋଦର ପାଣିଗ୍ରାହୀ, ଡ଼ ଅଶୋକ ପଣ୍ଡା ଏବଂ ରାଜଲକ୍ଷ୍ମୀ ଦେବୀ ପ୍ରମୁଖ ସମ୍ମାନୀତ ଅତିଥୂ ରୂପେ ଯୋଗ ଦେଇ ଯୁବପିଢିଙ୍କ ବିକାଶ ଦିଗରେ ଓଡିଆ ଭାଷା ଓ ସାହିତ୍ୟର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଉପାନ୍ତି ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓଡିଆ ଭାଷା ଓ ସାହିତ୍ୟର ଗତି ଓ ପ୍ରଗତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆନ୍ଧ୍ର ପ୍ରଦେଶର ବାରୁଆ ସରକାରୀ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ଼ ରାମାରାଓ ମାଝୀ “ଯୁବ ପିଢି ଓ ମାତୃଭାଷା ସାହିତ୍ୟ” ବିଷୟରେ ନିବନ୍ଧ ପାଠ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ସହାୟତାରେ ସୁଚାରୁରୂପେ ସଂପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀ ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଭାଶେଷରେ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଓଡିଆ ଭାଷା ଓ ସାହିତ୍ୟର ବିଭିନ୍ନ ପ୍ରତିଯୋଗିତା (ବକ୍ତୃତା, ପ୍ରବନ୍ଧ ଓ ଶୁଦ୍ଧଲିଖନ)ରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବରଦା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories