Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ସାଇ ରୁଦ୍ର ନର୍ସିଂ କଲେଜ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ସ୍ଥିତ ସାଇ ରୁଦ୍ର ନର୍ସିଂ କଲେଜ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୩/୨(ଗରୁଡ଼ ଧ୍ଵଜ ଚୌଧୁରୀ)ମାର୍ଚ୍ଚ ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ-୨୦୨୬ ପାଳନ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସାଇ ରୁଦ୍ର ନର୍ସିଂ କଲେଜ ଠାରେ “ସକ୍ଷୀ ୱାନ୍‌ ଷ୍ଟପ୍ ସେଣ୍ଟର” , ଗଜପତି ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ’ର ଶୁଭାରମ୍ଭ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହିଳା ସଶକ୍ତିକରଣ , ସମାନ ଅଧିକାର ଓ ସମାଜ’ରେ ମହିଳା ମାନଙ୍କ ସୁରକ୍ଷା ସନ୍ଦେସ’କୁ ସମସ୍ତଙ୍କ ମଧ୍ୟରେ ପହଞ୍ଚାଇବା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଓଡ଼ିଶା ଜୀବିକା ମିଶନ ସଂଯୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ଓ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଶ୍ରୀ ଅମିତାଭ ପଣ୍ଡା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ।ମଞ୍ଚାସିନ ଅତିଥି ମାନେ ସେମାନଙ୍କ ନିଜ ଉଦବୋଧନ’ରେ ମହିଳା ମାନଙ୍କ ସମାନ ଅଧିକାର , ନାରୀ ସୁରକ୍ଷା ଓ ସମାଜ’ର ସମସ୍ତ କ୍ଷେତ୍ରରେ ମହିଳା’ଙ୍କ ଅଂଶଗ୍ରହଣ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।“ସକ୍ଷୀ ୱାନ ଷ୍ଟପ” କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ସୁଶ୍ରୀ ଅନନ୍ୟା ପାତ୍ର ଉପସ୍ଥିତ ରହି କେନ୍ଦ୍ରର ବିଭିନ୍ନ ସେବା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇ କହିଥିଲେ ଯେ , ମହିଳା ମାନେ କିପରି ଏହି ସେବାର ଲାଭ ଉଠାଇ ପାରିବେ ସେହି ପ୍ରସଙ୍ଗ ଉପରେ ଜଣାଇଥିଲେ। ସମସ୍ତ କର୍ମଚାରୀମାନେ ମଧ୍ୟ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଉପରେ ଘଟୁଥିବା ବିଭିନ୍ନ ପ୍ରକାର ହିଂସା , ଯଥା:- ଘରୋଇ ହିଂସା , ଦାହିଜ୍ ନିର୍ଯ୍ୟାତନା , ଶାରୀରିକ ଓ ମାନସିକ ଉତ୍ପୀଡ଼ନ ବିଷୟରେ ସଚେତନତା ସୃଷ୍ଟି କରା ଯାଇଥିଲା। ସେହିପରି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମହିଳା କଲ୍ୟାଣ ଯୋଜନା ଗୁଡିକ ବିଷୟରେ ମଧ୍ୟ ଉପସ୍ଥିତ ମହିଳାମାନଙ୍କୁ ଅବଗତ କରାଯାଇଥିଲା।ଏହି ସଂଗଠନର ଆଡମିନିଷ୍ଟ୍ରେସନ ଅଫିସର ଶ୍ରୀ ସନ୍ତୋଷ ମହାପାତ୍ର କାର୍ଯ୍ୟକ୍ରମଟିର ସମନ୍ୱୟ ଓ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ୱାନ-ଷ୍ଟପ କେନ୍ଦ୍ରର ଶ୍ରୀମତୀ ମଧୁସ୍ମିତା ପାଢୀ ଧନ୍ୟବାଦ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରି ସମସ୍ତ ଅତିଥି ଓ ଉପସ୍ଥିତ ଅଂଶଗ୍ରାହୀମାନଙ୍କୁ ଅଶେଷ କୃତଜ୍ଞତା ଜଣାଇ ସଭା କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜ’ରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସନ୍ଦେଶ ସଫଳତାର ସହ ପ୍ରଚାରିତ ହୋଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories