Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରେ ବସୁଧା ଯୋଜନା ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ….. ପିଇବା ପାଣି ପାଇଁ ମହିଳାଙ୍କୁ ୧ କିମି ପାଦ ଚଲାରେ ଯିବାକୁ ପଡୁଛି

ପାରଳାଖେମୁଣ୍ଡି:୮/୩(ତ( ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ବସୁଧା ଯୋଜନା ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଥିବା ଲକ୍ଷ୍ୟ କରାଯାଇଛି. ପିଇବା ପାଣି ପାଇଁ ମହିଳାଙ୍କୁ 1 କିମି ପାଦ ଚଲାରେ ଯିବାକୁ ପଡୁଥିବା ଦେଖିବାକୁ ମିଳିଛି. ଜଳ ବିନା ବଞ୍ଚିବା ଅସମ୍ଭବ ହେଲେ ପ୍ରତି ଘରକୁ ଘର ପାଣି ଯୋଗାଇବା ପାଇଁ ସରକାର ବହୁ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ତାହା ସଫଳ ରୂପାୟନ ହେବା ପରିବର୍ତ୍ତେ ଲୋକେ ଜଳ କଷ୍ଟ ଭୋଗୁଛନ୍ତି. ଏଭଳି ସମ୍ପୂର୍ଣ ପ୍ରତିଫଳିତ ହୋଇଛି ଗୁମ୍ମା ବ୍ଲକ ଉଖୁରା ପଞ୍ଚାୟତ ସ୍ଥିତ ଗମାଙ୍ଗ ସାହିରେ। ଏହି ସାହିରେ ବସବାସ କରନ୍ତି ୨୦ ରୁ ଉର୍ଦ୍ଧ ପରିବାର। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭ ହେଉ ହେଉ ଏମାନଙ୍କ ଦୁଃଖ ଦ୍ବିଗୁଣିତ ହୋଇଯାଏ କାରଣ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇଯାଆନ୍ତି। ସାହିରେ କୌଣସି ପିଇବା ପାଣିର ବ୍ୟବସ୍ଥା ନାହିଁ। ଗାଧୋଇବା ଓ ଲୁଗା ସଫା କରିବା ତ ଦୂରର କଥା। ପୂର୍ବରୁ ଗ୍ରାମ ବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପାହାଡ଼ରୁ ଝରଣା ପାଣି ଆଣି ଗଛିତ କରି ଗମାଙ୍ଗ ସାହି ଗ୍ରାମରେ ଯୋଗାଇବା ବ୍ୟବସ୍ଥା କରିଥିଲେ । କିନ୍ତୁ ଏହି ବ୍ୟବସ୍ଥା ବର୍ତ୍ତମାନ ଖରା ଦିନ ଆସୁ ଆସୁ ଝରଣା ଶୁଖି ଯାଉଛି ପାଣି ଆସୁନି ସେହିପରି ଗୋଟିଏ ନଳକୂପ ଅଛି ତାହା ମଧ୍ୟ ଅଚଳ ସେଥିରେ ଗୋଳିଆ ପାଣି ବାହାରୁଛି। କିଛି ବିକଳ୍ପ ନଥିବା ହେତୁ ଗ୍ରାମବାସୀ ବାଧ୍ୟହୋଇ ପାଣି ଆଣିବା ପାଇଁ ଏକ କିଲୋ ମିଟର ଯାଇ ଏକ କୂଅରେ ଲୁଗା ସଫା, ଗାଧୁଆ ସାରି ରୋଷେଇ ଏଵଂ ପିଇବା ପାଇଁ ସେହିଠାରୁ ପାଣି ଆଣନ୍ତି। ଦୁଃଖର ବିଷୟ ବୁଢାବୁଢୀ ଓ ବିକଳାଙ୍ଗ ଏତେ ବାଟ ଯାଇ ପାରନ୍ତି ନାହିଁ। ତେଣୁ ଗ୍ରାମର ପଡୋଶୀ ତାଙ୍କ ପାଇଁ ଗୋଟିଏ ହାଣ୍ଡି ପାଣି ଆଣିଦେଲେ ତାହାହିଁ ସେମାନେ ବ୍ୟବହାର କରନ୍ତି। କୌଣସି ଜନ ପ୍ରତିନିଧି କି କୌଣସି ଅଧିକାରୀଙ୍କ ଦୃଷ୍ଟି ମଧ୍ୟ ପଡ଼ି ନଥିବାରୁ ଗମାଙ୍ଗ ସାହି ଗ୍ରାମବାସୀ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ । ଏହାକୁ ନେଇ ବିଧାୟକ ଗୁମ୍ମା ବିଡିଓଙ୍କୁ ଦେଖା କରିବା ପାଇଁ ସୁପାରିଶ କରିଥିଲେ। ହେଲେ ଗ୍ରାମବାସୀମାନେ ଦୁଇ ଥର ବ୍ଲକ ଅଫିସକୁ ଆସି ବିଡ଼ିଓଙ୍କୁ ଦେଖା କରିବାକୁ ଦିନସାରା ଅପେକ୍ଷା କରିଥିଲେ ମଧ୍ୟ ବିଡ଼ିଓଙ୍କ ଦେଖା ମିଳିନଥିଲା। ବର୍ତ୍ତମାନ ଯଦି ତୁରନ୍ତ ଉଖୁରା ଗ୍ରାମର ଗମାଙ୍ଗ ସାହିରେ ପାଣି ଯୋଗାଇବାର ପ୍ରଶାସନ ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆବଶ୍ୟକ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଗମାଙ୍ଗ ସାହିର ଆମରଜିତ ଗମାଙ୍ଗ, ଅଜିଅ ଗମାଙ୍ଗ, ସୁମନରାଣୀ ଶବର, ଜୁନିତା ଗମାଙ୍ଗ ଓ ଈଗାନ ଗମାଙ୍ଗ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ