Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ହୋଲସେଲ ବ୍ୟବସାୟୀ ଟମାଟୋ କିଲୋ ୨ ରୁ ୩ ଟଙ୍କା ରଖିଛନ୍ତି, ଟମାଟୋ ତୋଳିବା ଦର ମିଳୁ ନଥିବାରୁ କ୍ଷେତରେ ଛାଡି ଚାଷୀ କ୍ଷତି ସହୁଛ

ପାରଳାଖେମୁଣ୍ଡି:୯/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରି ଯୋଗୁଁ ଚାଷୀକୂଳ ଚଳିତ ବର୍ଷ ବେଶ କ୍ଷତି ସହିଥିବା ଅଭିଯୋଗ କରି କହିଛନ୍ତି, ବର୍ଷ ଆରମ୍ଭରୁ ଟମାଟୋର ଚାହିଦା ଠିକ ଥିଲା. ଦୈନିକ ବଜାରର ହୋଲସେଲ ବ୍ୟବସାୟୀମାନେ ଟମାଟୋକୁ ଠିକ ଦର ପ୍ରଦାନ କରୁଥିଲେ. ହେଲେ ପରବର୍ତୀ ସମୟରେ ବର୍ତ୍ତମାନ ଗତ କିଛି ଦିନ ହେଲା ହୋଲସେଲ ମାର୍କେଟରେ ବ୍ୟବସାୟୀମାନେ ସମସ୍ତ ଚାଷୀଙ୍କୁ କିଲୋ ପିଛା 2 ରୁ 3 ଟଙ୍କା ଦେଉଛନ୍ତି. ତେଣୁ ଟମାଟୋକୁ ତୋଳି ଆଣିବା ମଜୁରୀ ମିଳୁ ନଥିବାରୁ କ୍ଷେତରେ ପାଚିଲା ଟମାଟୋକୁ ଆଦାୟ ନ କରି ଛାଡି ଦେବାକୁ ବାଧ୍ୟ ହେଉଛୁ ବୋଲି ଚାଷୀମାନେ କହିଛନ୍ତି. ଗଜପତି ଜିଲ୍ଲାର ଗୋଷାଣୀ ଓ କାଶୀନଗର ବ୍ଲକ ଅଞ୍ଚଳ ପନିପରିବା ଚାଷ ଓ ଏହାର ଉତ୍ପାଦନ ଅଧିକ ହୋଇଥାଏ. ପ୍ରତେକ ବର୍ଷ ବହୁ ଚାଷୀ କୋବି, ମକା, ଟମାଟୋ, ଛୁଇଁ, ଶାଗ, ବାଇଗଣ ଆଦି ପନିପରିବା ଚାଷ କରି ନିଜ ନିଜ ପରିବାର ଭରଣପୋଷଣ କରି ଆସୁଛନ୍ତି। କେବଳ ଗଜପତି ଜିଲ୍ଲା ନୁହେଁ, ଗୋଷାଣୀ ଓ କାଶୀନଗର ଅଞ୍ଚଳ ହେଉଛି ପରିବା ବଜାରର ଏକ ହବ୍। ଏଠାରୁ ବିଭିନ୍ନ କିସମର ପନିପରିବା ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଆନ୍ଧ୍ରକୁ ମଧ୍ୟ ପ୍ରତେକ ବର୍ଷ ରପ୍ତାନୀ ହୋଇଥାଏ | ହେଲେ ଏବେ ଏଠାରେ ଉତ୍ପାଦିତ ଟମାଟୋ ଅଭାବୀ ବିକ୍ରି ଦେଖାଦେଇଛି। ହେଲେ ଟମାଟୋର ବହୁଳ ଉତ୍ପାଦନ ଯୋଗୁଁ ଟମାଟୋ କିଲୋ ପିଛା ୨ ରୁ 3 ଟଙ୍କା ହୋଲସେଲ ବେପାରୀ ଦେଉଛନ୍ତି. ଟମାଟୋକୁ କ୍ଷତରୁ ଆଦାୟ କରି ହୋଲସେଲ ଵ୍ୟବସାୟକୁ ବିକ୍ରି କରିବା ପାଇଁ ମୁଖ୍ୟ ରାସ୍ତା କଡ଼କୁ ବୋହି ଆଣିବା ପାଇଁ କିଲୋ ପିଛା 2 ରୁ 3 ଟଙ୍କା ଖର୍ଚ୍ଚ ଓ ଅଧିକ ପରିଶ୍ରମ କରିବାକୁ ପଡୁଛି. ତେଣୁ ଚାଷୀ ନିଜ ବାଡ଼ରୁ ଟମାଟୋ ନ ତୋଳି ସେଠାରେ ହିଁ ଛାଡ଼ି ଚାଲିଆସୁଛନ୍ତି। ଟମାଟୋ ତୋଳିବା ମଜୁରି ମଧ୍ୟ ବିକ୍ରି କଲେ ମିଳୁନି ବୋଲି କିଛି ଚାଷୀ କହିଛନ୍ତି। ଅପରପକ୍ଷରେ ଗଜପତି ଜିଲ୍ଲାରେ ସରକାରୀ କିମ୍ବା ବେସରକାରୀ ଭାବେ ଗୋଟିଏ ହେଲେ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଅଧିକ ଅମଳ ସମୟରେ ପନିପରିବାକୁ ସଂରକ୍ଷଣ ରଖି ନ ପାରି ଉଚିତ ଦାମ ପାଇପାରୁନାହାନ୍ତି. ସରକାର ଅତି ତୁରନ୍ତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ