Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ପକ୍ଷରୁ ଶ୍ରୀମତୀ ମିନା କୁମାରୀ ଟହଲ ଙ୍କୁ ଅନ୍ନପୂର୍ଣ୍ଣା ସ୍ମୃତି ସମ୍ମାନ ଓ ସୁଶ୍ରୀ ମନୀଷା ଦେବୀ ପାତ୍ର ଙ୍କୁ ସୁରେଖା ସ୍ମୃତି ସମ୍ମାନ ପ୍ରଦାନ

ପାରଳାଖେମୁଣ୍ଡି:୨୨/୩(ଗରୁଡ ଧ୍ଵଜ ଚୌଧୁରୀ) ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ର ତେତିଶ ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଡଃ ବୈଷ୍ଣବ ଚରଣ ସାମଲ କଟକ, ମୁଖ୍ୟ ବକ୍ତା ଶ୍ରୀ ଦେବ ପ୍ରସାଦ ଦାଶ ସ୍ଵତନ୍ତ୍ର ଶାସନ ସଚିବ ଆଇନ, ଭାଷା ଓ ସଂସ୍କୃତି ବିଭାଗ, ସମ୍ମାନିତ ଅତିଥି ଡଃ ଚନ୍ଦ୍ର ଶେଖର ହୋତା ସଚିବ ଓଡ଼ିଶା ସାହିତ୍ୟ ଏକାଡେମୀ, ସମାନ୍ନିତ ବକ୍ତା ପ୍ରଫେସର ଡଃ ସୋମା ଚାନ୍ଦ, ଲେଖିକା ସାହିତ୍ୟ ସଂସଦ ର ସଭାନେତ୍ରୀ ଡଃ ଶକୁନ୍ତଳା ବଳିୟାରସିଂହ, ଯୁଗ୍ମ ସଂପାଦିକା
ଶ୍ରୀମତୀ କାନନ ବାଳା ପଟ୍ଟନାୟକ, ସଙ୍ଗଠନ ସଂପାଦିକା ଡଃ ସୁଚେତା ରାଉତ, ସାଧାରଣ ସଂପାଦିକା ଶ୍ରୀମତୀ କମଳ କୁମାରୀ ଦାଶ ଯୋଗ ଦେଇ ନାରୀ ଲେଖନୀ ର ସ୍ୱର ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସାରା ଓଡ଼ିଶା ରୁ ୨୮ ଜଣ ନାରୀ ଲେଖିକା ମାନଙ୍କୁ ବିଭିନ୍ନ ସମାନ୍ନ ରେ ସମ୍ମାନିତ କରାଯାଇଥିଲା। ଗଜପତି ଜିଲ୍ଲା ର ଅଗ୍ରଣୀ ଆକାଂକ୍ଷା ମହିଳା ପତ୍ରିକା ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଙ୍କୁ ଅନ୍ନପୂର୍ଣ୍ଣା ନନ୍ଦ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ବିଭାଗ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରୀ ସୁଶ୍ରୀ ମନୀଷା ଦେବୀ ପାତ୍ର ଙ୍କୁ ସୁରେଖା ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସର୍ବ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା କାର୍ଯ୍ୟ ସମାପନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ