ବିଶ୍ୱର ପ୍ରାୟ ୫୮ ପ୍ରତିଶତ ଦେଶରେ ମୋବାଇଲ୍ ବ୍ୟବହାରକୁ ନିଷେଧ
ନୂଆଦିଲ୍ଲୀ, ୨୩|୩: ମୋବାଇଲ୍ ବ୍ୟବହାର ଉପରେ ଆନ୍ତର୍ଜାତୀୟ ସ୍ତରରେ କଟକଣା ଲଗାଯାଇଛି । ବିଶ୍ୱର ପ୍ରାୟ ୫୮ ପ୍ରତିଶତ ଦେଶରେ ମୋବାଇଲ୍ ବ୍ୟବହାର ଉପରେ ଲାଗୁ ହୋଇଛି କଟକଣା । ୟୁନେସ୍କୋର ଜିଇଏମ୍ ତଥ୍ୟ ଅନୁସାରେ, ଏବେ ୧୧୪ଟି ଶିକ୍ଷା ବ୍ୟବସ୍ଥା ସ୍କୁଲରେ ମୋବାଇଲ୍ ଉପରେ ଜାତୀୟ ସ୍ତରରେ ନିଷେଧ କରାଯାଇଛି । ବିଶ୍ୱର ମୋଟ ଦେଶମାନଙ୍କ ମଧ୍ୟରୁ ୫୮ ପ୍ରତିଶତ ଦେଶରେ ଏଭଳି ନିଷେଧ ଲାଗୁ ହୋଇଛି । ଯାହାକି ୨୦୨୩ରେ ଏହା ୨୪ ପ୍ରତିଶତ ଥିଲା, ୨୦୨୫ରେ ୪୦ ପ୍ରତିଶତ ଓ ୨୦୨୬ ମାର୍ଚ୍ଚରେ ହଠାତ୍ ୫୮ ପ୍ରତିଶତକୁ ଛୁଇଁଛି । ସୋସିଆଲ ପ୍ଲାଟ୍-ଫର୍ମ ଇନ୍ଷ୍ଟାଗ୍ରାମ୍ ବ୍ୟବହାର ପରେ ୩୨ ପ୍ରତିଶତ କିଶୋରୀ ନିଜ ଶରୀରକୁ ନେଇ ଖରାପ ଅନୁଭବ କରୁଥିବା ତଥ୍ୟ ମଧ୍ୟ ଚିନ୍ତାକୁ ଆଉ ଗଭୀର କରିଛି ।
ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ କଠୋର ନିୟମ ଲାଗୁ କରାଯାଇଛି । ତେବେ ପିଲାଙ୍କ ଉପରେ ପଡୁଥିବା କୁପ୍ରଭାବକୁ ଦେଖି ସରକାର ଏଭଳି ପଦକ୍ଷପ ନେଇଛନ୍ତି । ଆଗକୁ ଓଡ଼ିଶାରେ ବି ଏଭଳି ପଦକ୍ଷପ ନେବେ କି ସରକାର ? ଯଦି ଏଭଳି ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯାଏ ତେବେ ପିଲାଙ୍କ ଉପରେ ପଡୁଥିବା କୁପ୍ରଭାବର ମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି |

