Sidharth Malhotra Injury Update: ଗୋଡ଼ରେ ଆଘାତ ପରେ ମେଡିକାଲ୍ ବୁଟ୍ ପିନ୍ଧିଲେ ସିଦ୍ଧାର୍ଥ, ମଜାଳିଆ କ୍ୟାପସନ୍ରେ ସେୟାର କଲେ ଫଟୋ
ମୁମ୍ବାଇ: ବଲିଓଡ଼ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜ ଗୋଡ଼ରେ ଲାଗିଥିବା ଆଘାତ ସମ୍ପର୍କରେ ଇନଷ୍ଟାଗ୍ରାମରେ ଏକ ଅପଡେଟ୍ ସେୟାର କରିଛନ୍ତି। ସେ ନିଜ ପାଦ ଓ ଗୋଇଠିରେ ମେଡିକାଲ୍ ୱାକିଂ ବୁଟ୍ ପିନ୍ଧିଥିବା ଫଟୋ ପୋଷ୍ଟ କରିଛନ୍ତି। ଏହା ସହ ଏକ ମଜାଳିଆ କ୍ୟାପସନ୍ ମଧ୍ୟ ଦେଇଛନ୍ତି।
କିଛି ରିପୋର୍ଟରେ ସିଦ୍ଧାର୍ଥଙ୍କ ଲିଗାମେଣ୍ଟ ଛିଣ୍ଡିଥିବା ଉଲ୍ଲେଖ କରାଯାଇଛି। ତେବେ ତାଙ୍କ ଆଘାତର ପଛର କାରଣ ଏବଂ କିପରି ହେଲା, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ | କିନ୍ତୁ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସିଦ୍ଧାର୍ଥଙ୍କ ଫ୍ୟାନ୍ସ ଦୁଃଖ ପ୍ରକାଶ କରିଛନ୍ତି |

