ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ଜଳ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ଜଳ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖମୁଣ୍ଡି:୨୪/୩(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ (DLSA), ଗଜପତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଓ ଜଳର ସୁସ୍ଥିର ବ୍ୟବହାର ବିଷୟରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା।ନିମ୍ନଲିଖିତ ଅତିଥିମାନେ ଉପସ୍ଥିତ ରହି ସଭାକୁ ସମ୍ବୋଧନ କରିଥିଲେ ଶ୍ରୀ ପ୍ରସନ୍ନ କୁମାର ବେହେରା, ରେଜିଷ୍ଟ୍ରାର, ସିଭିଲ କୋର୍ଟ, ଗଜପତି ଶ୍ରୀ ମନୋଜ ଦାଶ, ସମାଜସେବୀଡା.ମହେନ୍ଦ୍ର ରଇତ, ଅଧକ୍ଷ , ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାରଳାଖେମୁଣ୍ଡି ଅତିଥିମାନେ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ ଏବଂ ଦୈନିକ ଜୀବନରେ ଜଳର ସଠିକ୍ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ପ୍ରେରିତ କରିଥିଲେ।

