Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରେ କାଳବୈଶାଖୀର ତାଣ୍ଡବ, ଚନ୍ଦ୍ରଗିରି ଓ ଗୋଷାଣୀ ବ୍ଲକରେ ବ୍ୟାପକ କ୍ଷୟକ୍ଷତି

ପାରଳାଖେମୁଣ୍ଡି:୨୬/୩(ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ଚନ୍ଦ୍ରଗିରି ଓ ଗୋଷାଣୀ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି.ଗତକାଲି ପ୍ରାୟ ୪ ଘଣ୍ଟା ସମୟରେ ମାଡ଼ି ଆସିଥିଲା କାଳବୈଶାଖୀ । ଘଣ୍ଟାଏ ଧରି ବର୍ଷା ପବନ ଓ ଘଡ଼ ଘଡ଼ି ଲାଗି ରହିଥିଲା। ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ କାଳବୈଶାଖୀରେ ବ୍ୟାପକ କ୍ଷତି ହୋଇଛି ଚାଳ, ଟିଣ ଛପର ଉଡେଇ ନେଇ ନେଇଥିବା ବେଳେ ଘୂର୍ଣ୍ଣିଝଡ଼ ହୋଇଥିଲା। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଛି। ୩୨୬ ନମ୍ବର ଜାତୀୟ ରାଜପଥରେ ଗଡ଼ ପଡ଼ି ମୋହନାରୁ ପାରଳାଖେମୁଣ୍ଡି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଚନ୍ଦ୍ରଗିରି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଆଗରେ ଥିବା ବିରାଟ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଛି। ସେହି ପରି ଚନ୍ଦ୍ରଗିରି ମୁଖ୍ୟରାସ୍ତାର ବିଭିନ୍ନ ସ୍ଥାନରେ ମଧ୍ୟ ଗଛ ପଡି ରାସ୍ତା ଅବରୋଧ ହୋଇଛି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପଟରେ ଏକାଧିକ ବସ୍, ଟ୍ରକ୍ ଓ ଯାନବାହାନ ଅଟକି ରହିଥିଲା। ମୋହନା ଅଗ୍ନିଶମ ବାହିନୀ ଗଛକାଟିବା ପରେ ୩ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା. ସେହିପରି ଗଜପତି ଜିଲ୍ଲା ଗୋଷାଣି ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ମଧ୍ଯ ହୋଇଛି । ସ୍ବଳ୍ପ ସମୟ ପାଇଁ ଏହି ପବନ ବର୍ଷା ହୋଇଥିଲେ ମଧ୍ୟ ବିଭିନ୍ନ ଗ୍ରାମାଞ୍ଚଳରେ ଥ‌ିବା ଗଛ ଡାଳ ଭାଙ୍ଗି ପଡିବା ସହ ଟିଣ ଛପର ଉଡିଯାଇଥିବା ଜଣାପଡିଛି । ବର୍ଷା ପବନ ସାଙ୍ଗକୁ ପ୍ରବଳ କୁଆପଥର ମାଡ ହୋଇଥିବା ଯୋଗୁଁ ଚଳିତ ବର୍ଷ ଆମ୍ବ ଫସଲ ନଷ୍ଟ ହେବା ଆଶଙ୍କା ମଧ୍ଯ ଉପୁଜିଛି । ବିଶେଷ କରି ଜଙ୍ଗଲପାଡୁ ଗ୍ରାମାଞ୍ଚଳରେ ପ୍ରବଳ ପବନ ହୋଇଥିବା ଯୋଗୁଁ ଗଛଡାଳ ପଡିବା, ଟିଣଛପର ଉଡିବା ଭଳି ଘଟଣା ଘଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories