ପାରଳାଖେମୁଣ୍ଡି ଠାରେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ନବୀନାନନ୍ଦ ଗନ୍ତାୟତଙ୍କ ୮୭ ତମ ଜୟନ୍ତୀ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ
ପାରଳାଖେମୁଣ୍ଡି ଠାରେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ନବୀନାନନ୍ଦ ଗନ୍ତାୟତଙ୍କ ୮୭ ତମ ଜୟନ୍ତୀ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୯/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ବର୍ଗତଃ ନବୀନାନନ୍ଦ ଗନ୍ତାୟତଙ୍କ ୮୭ ତମ ଜୟନ୍ତୀ ଓ ସ୍ମୃତିଚାରଣ ସଭା ଗତକାଲି ସନ୍ଧ୍ୟାରେ ପାରଳାଖେମୁଣ୍ଡି ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଦ୍ବିଜେନ୍ଦ୍ରନାଥ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଶଙ୍କର ପ୍ରସାଦ ବକ୍ସି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଗରୁଡ଼ଧ୍ବଜ ଚୌଧୁରୀ ଓ ସମ୍ମାନୀତ ଅତିଥି ଭାବେ ସ୍ବର୍ଗତଃ ନବୀନାନନ୍ଦଙ୍କ ପୁଅ ବିବେକ ଗନ୍ତାୟତ, ସଂଘର ସାଧାରଣ ସମ୍ପାଦକ ସାମ୍ବାଦିକ ସରୋଜ ଵୀର ମଞ୍ଚାସୀନ ଥିଲେ। ଏଥିରେ ସହରର ବହୁ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ ସାମ୍ବାଦିକ ସ୍ବର୍ଗତଃ ନବୀନାନନ୍ଦ ଗନ୍ତାୟତଙ୍କ ଫଟୋଚିତ୍ରରେ ପୁଷ୍ପଧୂପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କ ସାମ୍ବାଦିକ ଜୀବନର ଗୁରୁତ୍ୱପୁର୍ଣ ବିଷୟବସ୍ତୁ ଉପରେ ସମସ୍ତେ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଦୀପ ନାୟକ, ସୁଜିତ ବିଷୋୟୀ, ଆଶାଲତା ପାଣିଗ୍ରାହୀ, ତନୁଜା ଶତପଥୀ, ଭରତ ଭୂଷଣ ମହାନ୍ତି, ବିନୋଦ ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରୁମୁଖ ଉଦବୋଧନ୍ ଦେଇଥିଲେ l

