Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳଖେମୁଣ୍ଡି ଉପକଣ୍ଠ ସ୍ଥିତ ଯାଜପୁର ଗ୍ରାମରେ ସପ୍ତମି ଦିନ ମା ନାକିଟିଭବାନୀ ଙ୍କ ଠାକୁରାଣୀ ଯାତ୍ରା ରେ ଯୋଗଦେଲେ ବିଧାୟକ ରୂପେଶ ପାଣିଗ୍ରାହୀ

ପାରଳଖେମୁଣ୍ଡି ଉପକଣ୍ଠ ସ୍ଥିତ ଯାଜପୁର ଗ୍ରାମରେ ସପ୍ତମି ଦିନ ମା ନାକିଟିଭବାନୀ ଙ୍କ ଠାକୁରାଣୀ ଯାତ୍ରା ରେ ଯୋଗଦେଲେ ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି:୨୯/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦରମହକୁମା ଜାଜପୁର ଗ୍ରାମରେ ମହା ଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି ମା ନାକିଟିଭବାନୀ ଙ୍କ ଠାକୁରାଣୀ ଯାତ୍ରା । ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦିନ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ ହେଉଅଛି । ଆଜି ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ହାଇଟେକ୍ ଗ୍ରୁପ ଅଧକ୍ଷ ଡ: ତିରୁପତି ପାଣିଗ୍ରାହୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ପ୍ରମୁଖ ଯୋଗଦେଇ ମା ଙ୍କ ଦର୍ଶନ କରିବା ସହ ମାଁ ଙ୍କ ଆଶ୍ରିବାଦ ନେଇଥିଲେ , ଏହି ଭକ୍ତିଭାବପୂର୍ଣ୍ଣ କାର୍ଯ୍ୟକ୍ରମ ରେ ବହୁ ଚଳଚ୍ଚିତ୍ର ତାରକା କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଓ ଟି . ସୈରି ଙ୍କ ସଙ୍ଗୀତ ରେ ଦର୍ଶକ ଝୁମି ଆସୁଥିବା ବେଳେ ସପ୍ତମୀ ରଜନୀ ରେ ଆନ୍ଦ୍ର ରୁ ଆସିଥିବା ଦଶଅବତାର ନୃତ୍ୟ ମଞ୍ଚସ୍ଥ ହେବ ।ସୋମବାର ମଧ୍ଯରାତ୍ରି ରେ ଗାଁର ଗ୍ରାମଦେବୀ ମା ନାକିଟିଭବାନୀ ଙ୍କୁ ବାଣ, ବାଜା ଓ ପଟୁଆର ସହ ଆବାହନ କରି ଆଣିବା ପରେ ଗ୍ରାମ ମଧ୍ଯରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଥିଲା । ପ୍ରଥମ ଦିବସରେ ଠାକୁରାଣୀ ଗ୍ରାମ ପରିକ୍ରମା କରିଥିଲେ । ଅନ୍ୟ ପକ୍ଷରେ ଗତ ପବିତ୍ର ଚୈତ୍ର ମାସ ମଙ୍ଗଳବାର ହୋଇଥିବାରୁ ଉତ୍ସାହ ଦ୍ବିଗୁଣିତ ହୋଇଥିଲା । ବହୁ ସଂଖ୍ଯାରେ ଶ୍ରଦ୍ଧାଳୁ ଗ୍ରାମ ପରିକ୍ରମା ବେଳେ ଚହଳ ଲଗାଇଥିଲେ । ସୂଚନା ଯେ ପ୍ରତି ୫ବର୍ଷ ରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ବହୁ ସଂଖ୍ଯାରେ ଲୋକ, କୁଣିଆ ବନ୍ଧୁ ବାନ୍ଧବ ଯୋଗଦେଇ କୋଳାହଳମୟ ପରିବେଶ ସ୍ରୁଷ୍ଟି କରନ୍ତି । ଆଖ ପାଖ ଗାଁରୁ ଭକ୍ତମାନଙ୍କ ସହ ସୁଦୂର ହାଇଦ୍ରାବାଦ, ଚେନ୍ନାଇ, ମହାରାଷ୍ଟ୍ର ଆଦି ସ୍ଥାନ ରୁ ଲୋକମାନେ ଯୋଗ ଦେଇଛନ୍ତି ମାଁ ଙ୍କ ଦର୍ଶନ କରିବା ସହ ଆଶିର୍ବାଦ ଭିକ୍ଷା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories