Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେରଙ୍ଗ ଥାନା ପୋଲିସ୍ ଅପାରଗତା ଅଞ୍ଚଳବାସୀଙ୍କ ଅଭିନଵ ଦାବି….. ଚୋରକୁ ଗିରଫ ଦାବିରେ ଡାକ୍ତରଖାନା ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ

ସେରଙ୍ଗ ଥାନା ପୋଲିସ୍ ଅପାରଗତା ଅଞ୍ଚଳବାସୀଙ୍କ ଅଭିନଵ ଦାବି….. ଚୋରକୁ ଗିରଫ ଦାବିରେ ଡାକ୍ତରଖାନା ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ
ପାରଳାଖେମୁଣ୍ଡି:୨୯/୩(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ଗାଇବା ଡାକ୍ତରଖାନାରେ ଚୋରି ଘଟଣାକୁ କେନ୍ଦ୍ର କରି ଅଞ୍ଚଳବାସୀ ଡାକ୍ତରଖାନା ସମୁଖରେ ଅଭିନବ ଭାବେ ବିକ୍ଷୋଭ କରି ପ୍ରତିବାଦ କରିଛନ୍ତି। ଗତ ଛଅ ମାସ ତଳେ ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ସ୍ୱାସ୍ଥ୍ୟକେନ୍ଦ୍ରରେ ଦଶ ଲକ୍ଷରୁ ଉର୍ଦ୍ଧ ଟଙ୍କାର ନମୁନା ପରୀକ୍ଷଣ ଯନ୍ତ୍ର ଓ କମ୍ପୁଟର ଚୋରି ହୋଇଯାଇଛି। ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିଥିଲେ। କିନ୍ତୁ ଛଅ ମାସ ବିତିଯାଇଥିଲେ ମଧ୍ୟ ଚୋରକୁ ଧରିବାରେ ବିଫଳ ହୋଇଛନ୍ତି ପୋଲିସ। ଅନ୍ୟ ପକ୍ଷେ ମେଡିକାଲ କର୍ତ୍ତୃପକ୍ଷ ଏସମ୍ପର୍କରେ ସି ଡି ଏମ ଓ ଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଡ.ଚିନ୍ମୟ ଦାସ ପ୍ରକାଶ କରିଛନ୍ତି। ବର୍ତମାନ ମେଡିକାଲର ନମୁନା ପରୀକ୍ଷଣ ଯନ୍ତ୍ର ନଥିବଯୋଗୁଁ ସାଧାରଣ ବେମାର ହେଲେମଧ୍ୟ ପରୀକ୍ଷା ନିମନ୍ତେ ପାରଳାଖେମୁଣ୍ଡି କିମ୍ବା କାଶୀନଗର ଯିବାକୁ ପଡୁଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏଥିନେଇ ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦ କରି ସ୍ବେଛାସେବୀ ପାଉଲ ପାଣି ଓ ସରପଞ୍ଚ ତିଷ୍ଣ ଭୂୟାଁ ଓ ବୃଷବ ସରପଞ୍ଚଙ୍କ ନେତୃତ୍ୱରେ ଶତାଧିକ ଲୋକ ଆସି ତୁରନ୍ତ ଚୋରକୁ ଧରି ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରିବାପାଇଁ ଦାବି କରିଛନ୍ତି। ଯଦି ଦଶ ଦିନ ମଧ୍ୟରେ ସମସ୍ତ ପରୀକ୍ଷଣ ଯନ୍ତ୍ରପାତି ସ୍ଥାପନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବା ନିମନ୍ତେ ରାଜକୁମାର ବର୍ଦ୍ଧନ,ସିମିୟ ଭୂୟାଁ, ମାନୁଏଲ ମାଛ ଓ ଦାନିଏଲ ଗମାଙ୍ଗ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories