ଆଜି ମଧ୍ୟ ବିଧାନସଭା ଅଚଳ; ଦିନ ସାଢେ ୧୧ ଯାଏଁ ଗୃହକୁ ମୁଲତବି ଘୋଷଣା
ଭୁବନେଶ୍ୱର, ୩୦|୪ : ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଲାଗି ବିଧାନସଭା ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଛି | ଆଜି ମଧ୍ୟ ବିଧାନସଭାରେ ପୂର୍ବ ଭଳି ଅଚଳ ଅଚଳାବସ୍ଥା । ଗୃହରେ ବିରୋଧୀଙ୍କ ତମ୍ବି ତୁଫାନ | ଏସ୍ସିବି ପ୍ରସଙ୍ଗ ଉଠାଇ ଘେରିଲେ ବିରୋଧୀ | ଶୋକ ପ୍ରସ୍ତାବ ପରେ ଗୃହ ମଧ୍ୟକୁ ଆସି ବିରୋଧୀଙ୍କ ନାରାବାଜି | ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ବିରୋଧୀଙ୍କ ହଟ୍ଟଗୋଳ | ପୁଣି ଦିନ ସାଢେ ୧୧ ଟା ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଆଜି ପ୍ରଶ୍ନକାଳ ସମୟରେ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର, ସ୍ୱରାଷ୍ଟ୍ର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ।
ସେହିପରି ଅପରାହ୍ନ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଉପରେ ଆଲୋଚନା ରହିଛି । ସେପଟେ ଦୁଇ ବିରୋଧୀ ଦଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଜିଦରେ ଅଟଳ ରହିଛନ୍ତି । ଏସସିବିରେ ସୁସ୍ଥ ହେବାକୁ ଆସି ୧୩ ଜଣ ଲୋକଙ୍କ ମୃତ୍ୟୁ ହେବାକୁ ନେଇ ବିଜେପି ସରକାରର ଉତ୍ତରଦାୟିତ୍ୱ କୁଆଡେ ଗଲା ବୋଲି ପ୍ରଶ୍ନ କରି ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ।

