ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ!
ନୂଆଦିଲ୍ଲୀ, ୩୦|୩ : ବିହାର ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ନୀତିନ ନବୀନ ବର୍ତ୍ତମାନ ଆସାମ ଗସ୍ତରେ ଅଛନ୍ତି; ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା କାରଣରୁ ସେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ହୋଇପାରିଲେ ନାହିଁ। ତେଣୁ ସଞ୍ଜୟ ସରାଓଗୀ ଆଜି ବିହାର ବିଧାନସଭାର ବାଚସ୍ପତି ପ୍ରେମ କୁମାରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନୀତିନ ନବୀନ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ ରାଜ୍ୟସଭାକୁ | ତା’ ପୂର୍ବରୁ ନୀତିନ ନବୀନ ବିହାରର ବାଙ୍କେପୁର ଆସନରୁ ଲଢ଼ି ଚାରିଥର ବିଧାୟକ ପଦରେ ମଧ୍ୟ ରହିଥିଲେ । ୨୦୨୦ ବିଧାନସଭା ନିର୍ବାଚନରେ ମଧ୍ୟ ସେ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନାଙ୍କୁ ୮୪,୦୦୦ ଭୋଟରେ ହରାଇ ଜିତାପଟ ହାସଲ କରିଥିଲେ | ସେହିପରି ୨୦୨୫ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ସେ ବିଧାୟକ ମଧ୍ୟ ହୋଇଥିଲେ। ନିକଟରେ ତାଙ୍କର ରାଜନୈତିକ ଅଭିଜ୍ଞତାକୁ ଧ୍ୟାନରେ ରଖି ତାଙ୍କୁ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଭାବେ ମଧ୍ୟ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନ ଯେହେତୁ ନୀତିନ ନବୀନ ଆସାମ ଗସ୍ତରେ ଅଛନ୍ତି, ତେଣୁ ସେ ରାଜ୍ୟ ସଭାପତିଙ୍କ ନିକଟରେ ପୂର୍ବରୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ତାଙ୍କ ଇସ୍ତଫାପତ୍ର ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯିବ।

