ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ଲୋନ୍! ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ କଲା ଗିରଫ
ନୂଆଦିଲ୍ଲୀ, ୩୦|୩ : ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସୀମାରୁ ଶବିର ଅହମ୍ମଦ ନାମକ ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ । ସୂଚନା ଅନୁଯାୟୀ, ଶବିର ବାଂଲାଦେଶରେ ରହି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ର ନିର୍ଦ୍ଦେଶ ଅନୁସାରେ ଏକ ମଡ୍ୟୁଲ୍ ପ୍ରସ୍ତୁତ କରିଥିଲା। ସେ ଅନେକ ସ୍ଥାନରେ ଦେଶ ବିରୋଧୀ ପୋଷ୍ଟର ମଧ୍ୟ ଲଗାଇଥିଲା। ଏହି ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଏଜେନ୍ସିଗୁଡ଼ିକ ତାଙ୍କୁ ପଚରାଉଚରା କିବା ଜାରି ରଖିଛନ୍ତି |ତାଙ୍କୁ ଦିଲ୍ଲୀ ପୁଲିସ୍ ସ୍ପେଶାଲ୍ ସେଲ୍ କିମ୍ବା ଏନଡିଆର ଟିମ୍ ଗିରଫ କରିଥିବା ଜଣାପଡିଛି ।

