Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ବିଜେଡି ତରଫରୁ ଉତ୍କଳ ଦିଵସ ପାଳିତ

ଗଜପତି ଜିଲ୍ଲା ବିଜେଡି ତରଫରୁ ଉତ୍କଳ ଦିବସ ପାଳିତ
ପାରଳାଖେମୁଣ୍ଡି:୧/୪(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ୯୧ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି।ଏକ ବିରାଟ ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ପ୍ରଦୀପ ନାଏକ,ଜିଲ୍ଲା ପରିଷଦର ସଭାପତି ଗାବରା ତିରୁପତି ରାଓ,ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ଯକ୍ଷା ନିର୍ମଳା ସେଠୀଂକ ସହ ସମସ୍ତ କର୍ମୀ ଏଥିରେ ଯୋଗଦାନ କରିଥିଲେ। ସହରର ବିଭିନ୍ନ ସ୍ଥାନରେ ଥିବା ବରେଣ୍ୟ ବ୍ୟକ୍ତିଂକ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶେଷରେ ହାଇଟେକ ପ୍ଲାଜାରେ ଏକ ସମାବେଶରେ ଏହି ମହାନ ବ୍ଯକ୍ତି ମାନଂକର ଅବଦାନ ସଂପର୍କରେ ନିଜର ବକ୍ତବ୍ଯ ରଖିଥିଲେ।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତିଙ୍କ ଭୂମିକା ତଥା ଓଡିଆ ଭାଷାଭାଷୀ ଅଂଚଳକୁ ଏକାଠି କରି ଗୋଟିଏ ରାଜ୍ଯର ସାର୍ବଭୌମତ୍ୱ ଦିଗର ଆଲୋକପାତ କରିଥିଲେ।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories