Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଜଙ୍ଗଲପାଡୁ ଗ୍ରାମ ସ୍ଥିତ ମହିମା ଆଲେଖ ଟୁଙ୍ଗି ଠାରେ ମହିମା ଅଲେଖଙ୍କ ବାଲ୍ୟଲୀଳା ପାଳିତ

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଜଙ୍ଗଲପାଡୁ ଗ୍ରାମ ସ୍ଥିତ ମହିମା ଆଲେଖ ଟୁଙ୍ଗି ଠାରେ ମହିମା ଅଲେଖଙ୍କ ବାଲ୍ୟଲୀଳା ପାଳିତ
ପାରଳାଖେମୁଣ୍ଡି:୨/୪(ଗରୁଡ଼ ଧ୍ଵଜ ଚୌଧୁରୀ): ଗତକାଲି ଚୈତ୍ର ଶୁକ୍ଳ ପକ୍ଷ୍ୟ ଚତୁର୍ଦ୍ଦଶୀରେ ମହିମା ଅଲେଖଙ୍କ ବାଲ୍ୟଲୀଳା ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ସ୍ଥିତ ମହିମା ଅଲେଖ ଟୁଙ୍ଗିଠାରେ ଥିବା ଶୂନ୍ୟ ମନ୍ଦିର ଦୀପ ଉଠାଇ ମହିମା ଅଲେଖ ଧ୍ବନି ଡାକ ଦେଇଥିଲେ । ପତର ଚୁଡା ଭୋଗ, ମାଟି ହାଣ୍ଡିରେ ଟେକି ମହିମା ଅଲେଖ ଡାକ ଦେଇଥାନ୍ତି । ଏହି ପରମ୍ପରା ପ୍ରାୟ ୨୦୦ ବର୍ଷରୁ ଉର୍ଦ୍ଧ ହେବ ପାଳିତ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ପୂଜା କାର୍ଯ୍ୟ ସରିଲା ପରେ ନିକଟସ୍ଥ ଗ୍ରାମାଞ୍ଚଳ ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ଏହି ପ୍ରସାଦ ସେବନ ପାଇଁ ଛୋଟଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥାନ୍ତି । ଏହି ଟୁଙ୍କିରେ ଢେଙ୍କାନାଳ ମହିମା ଗାଦିରୁ ଅଲେଖ ବାବାମାନେ ଆସି ଯଜ୍ଞ ପୂଜା କରିଥାନ୍ତି । ଏଥି ସହ ଜଙ୍ଗଲପାଡୁ ଗ୍ରାମାଞ୍ଚଳର ଚନ୍ଦ୍ରମୋହନ ସାମଲ, ଗଣେଶ ସାମଲ, ବାବୁଲି ସାମଲ, ରାଉତ ଭିମୁଡୁ ମହିମା ଅଲେଖ ପୂଜା କରିଥାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories