ଗଜପତି ଏସପି ଭାବେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନା କରି ଅବସର ଗ୍ରହଣ କରିଥିବା ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା
ଗଜପତି ଏସପି ଭାବେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନା କରି ଅବସର ଗ୍ରହଣ କରିଥିବା ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି:୨/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଗତକାଲି ଅବସର ନେଇଛନ୍ତି । ଏହି ଅବସରରେ ଶ୍ରୀ ପଣ୍ଡାଙ୍କୁ ଗତକାଲି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି. ସେ ବିଗତ ୩.୧୦.୨୦୨୪ ତାରିଖରେ ଗଜପତି ଜିଲ୍ଲାରେ ଏସପି ଭାବେ ଯୋଗ ଦେଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ପଦକ୍ଷେପ ନେବା ସହ ଜିଲ୍ଲାରେ ଆଇନଶୃଙ୍ଖଳା ପରିଚାଳନା ସୁରୁଖୁରୁରେ ଚାଲିଥିଲା । ଏହା ସହ ପାରଳାଖେମୁଣ୍ଡି ସହରର ଟ୍ରାଫିକ୍ ବ୍ୟବସ୍ତାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା, ଜିଲ୍ଲାରେ ଗଞ୍ଜେଇ ଚାଷ ଓ କାରବାରକୁ ରୋକିବା ପାଇଁ ପ୍ରାୟସ ଆଦି ଯୋଗୁଁ ଡିଜିପି ପଦକ ଠାରୁ ଆରମ୍ଭ କରି ବିଭିନ୍ନ ପଦକ ହାସଲ କରିପାରିଥିଲେ । ଗତକାଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଏମ୍. ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କାନ୍ତ ମହାନ୍ତିଙ୍କ, ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ସମତେ ପୋଲିସ ଅଧିକାରୀ, ପୋଲିସ କର୍ମଚାରୀମାନେ ମଧ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ବର୍ତ୍ତମାନ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଗଜପତି ଦାୟିତ୍ଵ ତୁଲାଇବେ ବୋଲି ସୂଚନା ମିଳିଛି

