Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଙ୍ଗଦାନ କରି ମୃତ୍ୟୁ ପରେ ପରେ ବି ଅମର ହେଲେ ୬୩ ବର୍ଷୀୟ ବୃଦ୍ଧ ରମେଶ….. ଗଜପତି ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ

ପାରଳାଖେମୁଣ୍ଡି:୫/୪(ଗରୁଡ଼ ଧ୍ଵଜ ଚୌଧୁ)ଅଙ୍ଗଦାନ କରି ମୃତ୍ୟୁ ପରେ ପରେ ବି ଅମର ହେଲେ ଗଜପତି ଜିଲ୍ଲାର ୬୩ ବର୍ଷୀୟ ବୃଦ୍ଧ ରମେଶ. ଏନେଇ ଗଜପତି ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଜାଲିବାଡି ଗ୍ରାମରେ ଗତ ମାର୍ଚ୍ଚ ମାସ ୩୧ ତାରିଖରେ ୬୩ ବର୍ଷୀୟ ବୃଦ୍ଧ ରମେଶ ରଣସିଂ କୌଣସି କାର୍ଯ୍ୟରେ ବାଇକ୍ ଯୋଗେ ଯାଉଥିବା ବେଳେ ବଡ଼ସିନ୍ଧବା ଗାଁ ନିକଟରେ ବାଇକ୍ ଜୋରରେ ଧକ୍କା ଦେଇଥିଲା। ଯାହା ଫଳରେ ସେଠାର ରମେଶ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ ଭର୍ତ୍ତି ହୋଇଥିଲେ ପରେ ଆନ୍ଧ୍ରର ଶ୍ରୀକାକୁଲମରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ବେଳେ ଗତ 1 ତାରିଖ ଦିନ ତାଙ୍କର ବ୍ରେଇନ ଅଚଳ ହୋଇଥିବା ଡାକ୍ତର ଘୋଷଣା କରିଥିଲେ. ମୃତ୍ୟୁ ପୂର୍ବରୁ ରମେଶଙ୍କ ଶେଷ ଇଚ୍ଛା ଥିଲା ତାଙ୍କ ଶରୀରର ସମସ୍ତ ଅଙ୍ଗ ଅନ୍ୟ ଦରକାରୀ ଲୋକଙ୍କ ପ୍ରାଣ ରକ୍ଷା ପାଇଁ ଦାନ କରିଵି. ସେଥି ଅନୁଯାୟୀ ମୃତ୍ୟୁ ପରେ ତାଙ୍କର ଲିଭର, କିଡନୀ ଓ ହାର୍ଟ ଆଦି ଦାନ କରାଯାଇଥିଲା । ଏହି ଘଟଣା ପରେ ତାଙ୍କ ମର ଶରୀର ନିଜ ଗ୍ରାମକୁ ଅଣାଯାଇ ଶୋକାକୁଳ ପରିବେଶରେ ଗଜପତି ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ସତ୍କାର କରାଯାଇଥିଲା. ସ୍ବର୍ଗତ ରମେଶ ଜଣେ ସମାଜସେବୀ ଓ ଚାଷୀ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କର ୭ ଗୋଟି ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ପାରଳାଖମୁଣ୍ଡିଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁନୀଲ କାନ୍ତ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ଅଭିଯୋଗ ଶୁଣାଣୀ କରିଥିଲେ। ଆଜିର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ-୬୦ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା-୪୯ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା – ୧୧ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର ପଟ୍ଟନାୟକ ,ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।