Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହେଲେ କାମଦେବ ଓ ପଙ୍କଜିନୀ ହେଲେ ଉପାଧ୍ୟକ୍ଷା

ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହେଲେ କାମଦେବ ଓ ପଙ୍କଜିନୀ ହେଲେ ଉପାଧ୍ୟକ୍ଷା
ପାରଳାଖେମୁଣ୍ଡି:୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର (ଏସଡିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି ସରକାର l ସୋମବାର ରାଜ୍ୟର ୨୩ ଟି ଜନଜାତି ବହୁଳ ଜିଲ୍ଲାର ଅଧ୍ୟକ୍ଷ ଓ ଉପାଧ୍ୟାକ୍ଷଙ୍କ ନାମ ଘୋଷଣା ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଏସଡିସି ଅଧ୍ୟକ୍ଷ ଭାବେ ବରିଷ୍ଠ ବିଜେପି ନେତା କାମଦେବ ବଡନାୟକଙ୍କ ନାମ ଘୋଷଣା ହୋଇଥିବା ବେଳେ ମହିଳା ନେତ୍ରୀ ପଙ୍କଜିନୀ ଦଳାଇଙ୍କ ନାମ ଘୋଷଣା ହୋଇଛି l ଅଧ୍ୟକ୍ଷ ଭାବେ କାମଦେବଙ୍କ ନାମ ଘୋଷଣା ହେବା ପରେ ଜିଲ୍ଲାରେ ଶୁଭେଚ୍ଛାର ସୁଅ ଛୁଟିଛି l ମୋହନା ବ୍ଲକ ରାଇପୁର ଗ୍ରାମରେ ଥିବା କାମଦେବଙ୍କ ବାସଭବନ ଯାଇ ବରିଷ୍ଠ ବିଜେପି ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି l ନୂତନ ଅଧ୍ୟକ୍ଷ କାମଦେବ ଆରଏସଏସର ଜଣେ ବହୁ ପୁରାତନ ବରିଷ୍ଠ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି. ସେ ଦୁଇଥର ଜିଲ୍ଲା ସାଧାରଣ ସମ୍ପାଦକ ଥିଲେ. ବର୍ତମାନ ବିଜେପି ଜିଲ୍ଲା ଉପ ସଭାପତି ଦାୟିତ୍ୱରେ ଅଛନ୍ତି l ଗଜପତି ଜିଲ୍ଲା ଏକ ଜନଜାତି ବହୁଳ ଜିଲ୍ଲା ହୋଇଥିବା ବେଳେ ଏହାର ବିକାଶ ପାଇଁ ଉଦ୍ୟମ ଜାରି ରଖିବା ସହ ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ଉନ୍ନତି ଏବଂ ଜନଜାତିଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ପାଇଁ କାର୍ଯ୍ୟ କରିଵି ବୋଲି କାମଦେବ କହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories