Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ଏନଏସଏସ ସାଇବର ସୁରକ୍ଷା ଏବଂ ନିଶା ମୁକ୍ତ କାର୍ଯ୍ୟକ୍ରମ’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ

ପାରଳାଖେମୁଣ୍ଡି:୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)
ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM), ପାରଳାଖେମୁଣ୍ଡି, ଓଡ଼ିଶାର ଏନଏସଏସ (NSS) ବ୍ୟୁରୋ ପକ୍ଷରୁ ୮ ରୁ ୧୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏକ ତିନି ଦିନିଆ ରାଜ୍ୟ ସ୍ତରୀୟ ‘ଏନଏସଏସ ସାଇବର ସୁରକ୍ଷା ଏବଂ ନିଶା ମୁକ୍ତ କାର୍ଯ୍ୟକ୍ରମ’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଏବଂ କାର୍ଯକ୍ରମ ଅଧିକାରୀ ମାନେ ଉତ୍ସାହର ସହ ଯୋଗ ଦେଇଛନ୍ତି।ଗଜପତି ଜିଲ୍ଲା ଏନଏସଏସ ନୋଡାଲ ଅଧିକାରି (DNO) ଡଃ ସନ୍ନ୍ୟାସୀ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇବର ସଚେତନତା ଏବଂ ଏକ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ଏହି ଅବସରରେ ଉପସ୍ଥିତ ରହି ବିଷୟବସ୍ତୁର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ଉପଖଣ୍ଡ ପୋଲିସ ଅଧିକାରୀ (SDPO) ଶ୍ରୀ ମାଧବାନନ୍ଦ ନାୟକ ଏବଂ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୁଶ୍ରୀ ମମତା ପାଢ଼ୀ ସାଇବର ଅପରାଧ, ଆଇନ ପ୍ରଣୟନ ଏବଂ ନିଶାଦ୍ରବ୍ୟ ସେବନର ସ୍ୱାସ୍ଥ୍ୟଗତ ପ୍ରଭାବ ସମ୍ପର୍କରେ ସଭାକୁ ସମ୍ବୋଧିତ କରିଥିଲେ।ସିୟୁଟିଏମ (CUTM) ପକ୍ଷରୁ କୁଳସଚିବା ଡଃ ଅନିତା ପାତ୍ର, ନିର୍ଦ୍ଦେଶକ (ପ୍ରଶାସନ) ଡଃ ଦୁର୍ଗା ପ୍ରସାଦ ପାଢ଼ୀ, ଡିନ୍ (ପ୍ରଶାସନ) ଡଃ ଏସ.ପି. ନନ୍ଦା, ଡିନ୍ (ଛାତ୍ର ଛାତ୍ରୀ କଲ୍ୟାଣ ) ଡଃ ରିତେଶ କୁମାର ଏବଂ ଏନଏସଏସ ସଂଯୋଜକ ଓ କାର୍ଯକ୍ରମ ଅଧିକାରୀ ଡଃ ନିହାଲ ଆର୍.ଙ୍କ ସମେତ ସମସ୍ତ ଡିନ୍, ଅଧ୍ୟାପକ, କାର୍ଯକ୍ରମ ଅଧିକାରୀ ଏବଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କାର୍ଯକ୍ରମ ଅଧିକାରୀ ଓ ପ୍ରତିଯୋଗୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। CUTM ରୁ ୫୫ ଜଣ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରୁ ୧୪୫ ଜଣଙ୍କୁ ମିଶାଇ ମୋଟ ୨୨୦ ଜଣ ପ୍ରତିଯୋଗୀ ଏଥିରେ ସକ୍ରିୟ ଅଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ସାଇବର ସୁରକ୍ଷା ଏବଂ ନିଶାମୁକ୍ତ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ତିନି ଦିଆୟୋଜନନିଆ କାର୍ଯ୍ୟକ୍ରମରେ ରୀଲ୍ ମେକିଂ, କୁଇଜ୍, ତର୍କ, ପ୍ରବନ୍ଧ ଲିଖନ, ଓଡ଼ିଆ ଟାଇପିଂ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଏକ ସଚେତନତା ଶୋଭାଯାତ୍ରା ଭଳି ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories