Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକ ଝାମି ଗ୍ରାମ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ ରୂପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି:୯/୪(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ଗ୍ରାମ ଗ୍ରସ୍ତ କରିଥିଲେ ବିଧାୟକ ରୁପେସ ପାଣିଗ୍ରାହୀ , ପ୍ରଥମେ ଗ୍ରାମ ର ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ବିଧାୟକ । ଗ୍ରାମ ର ମୁଖ୍ୟତଃ ରାସ୍ତା କାମ ସହ ନାଳ ନଥିବାରୁ ଗ୍ରାମ ବାସି ନାହିନଥିବ ଅସୁବିଧାର ସମ୍ମୁଖିନ ହେଉଛନ୍ତି , ସେ ନେଇ ତୁରନ୍ତ ପଦେକ୍ଷପ ନେଇ ରାସ୍ତା ନାଳ ଓ ପିଇବା ପାଣି ସମସ୍ୟା ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ସେହିପରି ବହୁ ପ୍ରତିକ୍ଷୀତ ମା ଠାକୁରାଣୀ ମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା କରିଥିଲେ ଗ୍ରାମ ବାସି, ଆର୍ଥିକ ଅସୁବିଧା ପାଇଁ ମନ୍ଦିର ନିର୍ମାଣ ହୋଇପାରିନଥିଲା , କିଛିଦିନ ତଳେ ଗ୍ରାମ ବାସି ଏକତ୍ର ହୋଇ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କୁ ଜଣାଇଥିଲେ , ବିଧାୟକ କିଛିଦିନ ମଧ୍ୟରେ ମାଁ ଠାକୁରାଣୀ ଙ୍କ ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠି ରୁ 5 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ , ବର୍ତ୍ତମାନ ମନ୍ଦିର ନିର୍ମାଣ କାର୍ଯ୍ୟ ଦୃତଗତି ରେ ଚାଲିଥିବା ବେଳେ, ଆଜି ବିଧାୟକ ମନ୍ଦିର ନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ସମୀକ୍ଷା କରିଥିଲେ , ଆଜି ବିଧାୟକ ଗ୍ରାମ ରେ ପହଞ୍ଚିବା ପରେ ଗ୍ରାମ ବାସି ବହୁ ଆନନ୍ଦ ରେ ଭବ୍ୟ ସ୍ଵାଗତ ଜଣାଇଥିଲେ ଓ ଗ୍ରାମ ର ଥିବା ସମସ୍ତ ସମସ୍ୟା ବିଷୟ ରେ ଅବଗତ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories