Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ଯମନ୍ତ୍ରୀ କନ୍ୟା ଵିଵାହ ଯୋଜନା ଗୋଷ୍ଠୀଗତ ବିବାହ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)
ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ମୂଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଷ୍ଠିଗତ ବିବାହ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆର୍ଥିକ ସ୍ବଚ୍ଛଳତା ନଥିବା ୧୭ଟି ଯୋଡିଙ୍କ ବିବାହ ପାଇଁ ପାରଳାଖେମୁଣ୍ଡି ସହରର ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ଓ ଆଇ ଏସ ଆର୍ ଡି ସମାଜସେବୀ ସଂଗଠନ ଦ୍ଵାରା ଆସନ୍ତା ତା ୨୧.୦୪.୨୦୨୬ ରିଖରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ଉକ୍ତ ଯୋଜନା ଅୁଯାୟୀ ନବବିବାହିତ ଦମ୍ପତିଙ୍କୁ ଆର୍ଥିକ ସହୟତା ମଧ୍ଯ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମ ସଫଳ ଭାବରେ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ସମସ୍ତ ଜିଲ୍ଲାସ୍ତରୀୟ ଅଧୂକାରୀ ସମାଜସେବୀ ମାନଙ୍କୁ ଆହ୍ଵାନ କରିବା ସହ ଦାୟିତ୍ଵ ବଣ୍ଟନ କରିଥିଲେ।ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ମୁନୀଦ୍ର ହୋନନାଗା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଲକ୍ଷ୍ମଣ କୁମାର ମୁର୍ମୁ ଓ ଆଇ ଏସ ଆର୍ ଡି ସମାଜସେବୀ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories