କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଅଭିଷେକ ପାଣିଗ୍ରାହି ୯୮.୨୦ % ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି
ପାରଳାଖେମୁଣ୍ଡି:୧୭/୪(ଗରୁଡ ଧ୍ଵଜ ଚୌଧୁରୀ)
ଫଳାଫଳ ଅନୁଯାୟୀ ଗଞାମ ଜିଲ୍ଲା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଡି ଏ ଭି ପବ୍ଲିକ୍ ସ୍କୁଲ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫଳାଫଳର ଇତିହାସକୁ ଦୋହରାଇ ଶହେ ଶତକଡ଼ା ଉତ୍ତୀର୍ଣ୍ଣ ହାର ସହ ସଫଳତା ହାସଲ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଅନୁଷ୍ଠାନର ଦଶମ ଶ୍ରେଣୀରେ ଅଭିଷେକ ପାଣିଗ୍ରାହି 98.୨୦%ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ବ୍ରହ୍ମପୁର ଗୋସାଇଁ ନୂଆଁ ଗ୍ରାମ, ତ୍ରୀନାଥ ମନ୍ଦିର ସାହି ନିବାସୀ ସଞ୍ଜୟ ପାଣିଗ୍ରାହୀଙ୍କ ପୁତ୍ର ଅଭିଷେକ ପାଣିଗ୍ରାହି ତାଙ୍କର ଏହି ସଫଳତା ପାଈଁ ତାଙ୍କ ମାତା, ପିତା, ଜେଜେ ବାପା, ମା ସମେତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଅବଦାନ ବୋଲି କହିଛନ୍ତି l ତାଙ୍କର ଏହି ସଫଳତା କୁ ନେଇ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ଶୁଭେଚ୍ଛା ଜଣାଇଛନ୍ତି।

