Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାବଣ ସହ ମଧ୍ୟ ହୋଇଥିଲା…ସୁବ୍ରମଣ୍ୟମଙ୍କ ପିଏମ ମୋଦୀଙ୍କୁ ତାର୍ତ୍ସଲ୍ୟ, କହିଲେ- ତାନ୍ତ୍ରିକ ପୂଜା ସର୍ବଦା ମହଙ୍ଗା ପଡ଼ିଥାଏ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି। ସୁବ୍ରମଣ୍ୟମ ସ୍ଵାମୀ ଟୁଇଟ୍ କରି ନିଜ କଥା ରଖିଛନ୍ତି। ତାଙ୍କର ଟୁଇଟ୍ ଏମିତି ସମୟରେ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂତନ ସଂସଦ ଭବନର ଉଦଘାଟନ ପୂରା ବିଧି ବିଧାନ ସହ କରିଛନ୍ତି। ଏଥିପାଇଁ ସରକାରଙ୍କ ତରଫରୁ ତାମିଲନାଡ଼ୁର ଅଧୀନମ ମଠର ସନ୍ଥମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା।

ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ସୋମବାର ଟୁଇଟ୍ କରି ଲେଖିଛନ୍ତି, ସି ଜିନପିଙ୍ଗଙ୍କ ନେତ୍ଵତ୍ଵାଧୀନ ଚୀନ ପୁଣି ଥରେ ଏହା ଦେଖାଇ ଦେଇଛି ଯେ, ଚୀନ ଭାରତ ମାତାକୁ ପିଞ୍ଜରାରେ କଏଦ କରିବାକୁ ଉଦ୍ୟମ ଜାରି ରଖିବ ଏବଂ ଆମ ମାଟି ଦଖଲ କରି ଚାଲିବ, ଆଉ ମୋଦୀ କେବଳ ବିଳାପ କରି ଚାଲିବେ ଯେ, ଆମର ଏଠାକୁ କେହି ଆସି ନାହାନ୍ତି। ସ୍ଵାମୀ ତାର୍ତ୍ସଲ୍ୟ କରି ଲେଖିଛନ୍ତି, ତାନ୍ତ୍ରିକ ପୂଜାର ପ୍ରଭାବ ସର୍ବଦା ବିପରୀତ ରହିଥାଏ, ଯେମିତି ରାବଣ ସହିତ ହୋଇଥିଲା।

ବିଜେପିରେ ଥାଇ ମଧ୍ୟ ସୁବ୍ରମଣ୍ୟମ ସ୍ଵାମୀ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ପାର୍ଟିର ଅନେକ ନେତାଙ୍କ ପ୍ରତି ସମାଲୋଚନା ଆଭିମୁଖ୍ୟ ଆପଣେଇ ଆସିଛନ୍ତି। ସେ ଟୁଇଟରରେ ବିଜେପି ନେତାମାନଙ୍କ ପ୍ରତି ବ୍ୟଙ୍ଗଭରା ଟୁଇଟ୍ କରି ଚାଲିଛନ୍ତି।

ଏପ୍ରିଲ ୩୦ରେ ସୁବ୍ରମଣ୍ୟମ ସ୍ଵାମୀ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଦପ୍ତରକୁ ଉତ୍ତର କୋରିଆର ତାନାଶାହା କିମ ଜୋଙ୍ଗ ଉନଙ୍କ ନାମ ନେଇ ଘେରିବାକୁ ଉଦ୍ୟମ କରିଥିଲେ। ସେ ଟୁଇଟ୍ କରି କହିଥିଲେ, ପ୍ରଧାନମନ୍ତ୍ରୀ କାର‌୍ୟ୍ୟାଳୟରେ ବସୁଥିବା ମୋଦୀଙ୍କ ଛବିକୁ ଗଢିବା ସମୟରେ ମେକର୍ସମାନେ ଉତ୍ତର କୋରିଆର କିମ୍ ଜୋଙ୍ଗ ଉନ ବୁଝିବାର ଭୁଲ୍ ନକରନ୍ତୁ। ଅନ୍ତର୍ଜାତୀୟସ୍ତରରେ ଦୁହିଁଙ୍କ ଜନ୍ମ ସମୟ ବିଚ୍ଛିନ୍ନ ହୋଇଥିବା ଜାଆଁଳା ଶିଶୁ ପରି ପ୍ରସ୍ଫୁଟିତ ହେଉଛି।

ଏହା ପୂର୍ବରୁ ଏପ୍ରିଲ ୧୧ରେ ସ୍ଵାମୀ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଟାର୍ଗେଟ୍ କରି ଏକ ଟୁଇଟ୍ କରିଥିଲେ। ସେ ଟୁଇଟରେ ଦ ହିନ୍ଦୁ ସମାଚାର ପତ୍ରର ଦ୍ଵାହି ଦେଇ କହିଥିଲେ, ଅମିତ୍ ଶାହା କହୁଛନ୍ତି ଭାରତୀୟ ସୀମା ସୁରକ୍ଷିତ ରହିଛି। ଏହାର ଉଲ୍ଲଂଘନ କରାଯାଇ ପାରିବ ନାହିଁ। ଏହା ସଂପୂର୍ଣ୍ଣ ମିଥ୍ୟା ଏବଂ ଶାହାଙ୍କ ହିମାଳୟ ଉପରେ କିଛି ଜ୍ଞାନ ନାହିଁ। ସେ କୌଣସି ପ୍ରକାରେ ଗୃହ ମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହନ୍ତି। ଭଲ ହେବ ସେ ବମ୍ବିନୋର ଅବୈଧ ଦ୍ଵୈତ ନାଗରିକ ପରି କାମ କରନ୍ତୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ