Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଣ୍ଟାର୍କଟିକାରେ ଆସୁଛି ଭୟଙ୍କର ସୁନାମି; ଧ୍ବଂସ ହୋଇଯିବ ସମଗ୍ର ବିଶ୍ବ!

ନୂଆଦିଲ୍ଲୀ: ଆଣ୍ଟାର୍କଟିକାରେ ଆସୁଛି ଭୟଙ୍କର ସୁନାମି, ସମୁଦ୍ର କୋଳରେ ବିଲୀନ ହୋଇଯିବ କି ସମଗ୍ର ବିଶ୍ବ? ଜଳବାୟୁ ପରିବର୍ତ୍ତନ ଅର୍ଥ ସମସ୍ୟାର ଆଗମନ। ବର୍ତ୍ତମାନ ସମୟରେ ସାରା ଦେଶ ହଟ୍‌ୱେବ୍‌ କୁ ସାମ୍ନା କରୁଛି। ଏକ ନୂତନ ଅଧ୍ୟୟନ ଅନୁଯାୟୀ ଖୁବ୍ ଶୀଘ୍ର ଏକ ଉଦ୍ବେଗଜନକ ପରିସ୍ଥିତିକୁ ସୃଷ୍ଟି ହେବାକୁ ଯାଉଛି। ଏକ ନୂତନ ଅଧ୍ୟୟନ ଦାବି କରିଛି ଯେ ଜଳବାୟୁ ପରିବର୍ତ୍ତନ ଆଣ୍ଟାର୍କଟିକାର ନିମ୍ନ ଜଳସ୍ତରରେ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି କରିପାରେ। ଏହା ଫଳରେ ଦକ୍ଷିଣ ଗୋଲାର୍ଦ୍ଧ ଅଞ୍ଚଳ ଓ ଭିତ୍ତିଭୂମି ଉପରେ ସୁନାମିର ଭୟଙ୍କର ପ୍ରଭାବ ପଡିପାରେ। କେବଳ ସେତିକି ନୁହେଁ ଏହାର ପ୍ରଭାବ ସମଗ୍ର ବିଶ୍ବ ଉପରେ ପଡିବ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ।

ବୈଜ୍ଞାନିକଙ୍କ ମତନୁଯାୟୀ ପୂର୍ବ ଜଳବାୟୁ ପରିବର୍ତ୍ତନ ସମୟରେ (3 ନିୟୁତରୁ 15 ନିୟୁତ ବର୍ଷ ପୂର୍ବେ) ସମୁଦ୍ର ଚଟାଣ ତଳେ ଭୂସ୍ଖଳନ ହୋଇଥିଲା ଏବଂ ପରେ ଏହା ବୃହତ୍ ସୁନାମି ରୂପରେ ଦକ୍ଷିଣ ଆମେରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ପୂର୍ବ ଏସିଆ ପ୍ରଳୟ ରଚିଥିଲା। ବୈଜ୍ଞାନିକମା‌ନେ ଚେତାବନୀ ଦେଇଛନ୍ତି ଯେ ଯଦି ଏଭଳି ପରିସ୍ଥିତି ଲାଗି ରହେ ତେବେ ବିଶାଳ ସୁନାମିର ସମ୍ଭାବନା ରହିଛି।

ନେଚର କମ୍ୟୁନିକେସନ ନାମକ ଏକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ହେତୁ ସମୁଦ୍ରରେ ଉତ୍ତାପ ବୃଦ୍ଧି ହେବା ପୁନର୍ବାର ସମାନ ସୁନାମି ଭଳି ପରିସ୍ଥିତି ସୃଷ୍ଟି କରିପାରେ।

ରିପୋର୍ଟ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଏହି ଅଞ୍ଚଳଗୁଡିକର ସ୍ଥିରତା ଏବଂ ଭବିଷ୍ୟତରେ ସୁନାମି ହେବାର ସମ୍ଭାବନାକୁ ଆହୁରି ଦୃଢ କରୁଛି। ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଆଣ୍ଟାର୍କଟିକାରେ ଯେଉଁ ଭୂସ୍ଖଳନ ଘଟିଥିଲା ​​ତାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ ବିଶ୍ୱ ତାପମାତ୍ରା ବୃଦ୍ଧି ହେତୁ ଗ୍ଲେସିୟର ବରଫର ତରଳିବା ଏହାର ମୁଖ୍ୟ କାରଣ ହୋଇଥାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ