Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ଅଗ୍ରଣୀ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି:୧୧/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତିର ଅଗ୍ରଣୀ ମହିଳା ସଙ୍ଗଠନ ପ୍ରଗତିର ବାର୍ଷିକୋତ୍ସବ ଏବଂ ମାତୃଦିବସ ପାଳନ ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ଏଡୁକେଶନ ସେଣ୍ଟର୍ (ରାଜବାଟୀ ) ପରିସରରେ ମହା ଆଡ଼ମ୍ବର ସହକାରେ ଅନୁଷ୍ଠାନ ପ୍ରଗତିର ଉପଦେଷ୍ଟା ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଗଜପତିର ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଏହି ସାରସ୍ବତ ସମାବେଶ ଆୟୋଜିତ ହୋଇସାରିଛି।ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କେବଳ *ମା’ଙ୍କ* ଉଦ୍ଦେଶ୍ୟରେ ୫୦ରୁ ଉର୍ଦ୍ଧ୍ବ ସ୍ୱରଚିତ କବିତା, କବି ମାନେ ନିଜ ନିଜର କବିତା ଆବୃତ୍ତି କରିଥିଲେ। ପ୍ରତ୍ୟେକ କବିଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଆକର୍ଷଣୀୟ ପୁରଷ୍କାର ପ୍ରଦାନ କରାଯାଇଥିଲା।ସ୍ଵାଗତ ସମ୍ଭାଷଣ ଶୁଭଶ୍ରୀ ଭୁକ୍ତା,ପରିଚୟ ପ୍ରଦାନ ସ୍ନେହା ବେହେରା, ସମ୍ବର୍ଥନା ଯୋଗାଯୋଗ ଗାୟତ୍ରୀ ପଟ୍ଟନାୟକ, ମନସ୍ଵିନୀ ଭୂୟାଁ ଓ ରାଜେଶ୍ୱରୀ ସ୍ୱାଇଁ କରିଥିବା ବେଳେ ଟ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ପାରଳାଖେମୁଣ୍ଡି ଉପ କାରାଗାର ଅଧ୍ୟକ୍ଷ କାମାକ୍ଷୀ ପ୍ରସାଦ ପତି, ବିଶିଷ୍ଠ ଅତିଥି ଭାବେ କନିଷ୍ଠ ଖଣି ଅଧିକାରୀ ବିଶ୍ୱଜିତ୍ ମହନ୍ତ, ସ୍ୱତନ୍ତ୍ର ଅତିଥି ଭାବେ ଗୁଣୁପୁରର ସେବା ନିବୃତ୍ତ ଜେଲ୍ ଅଧ୍ୟକ୍ଷ ହନୁ ସେଠୀ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ,ଯୋଗ ଦେଇ ମାର ତାର ସନ୍ତାନ ପ୍ରତି ତ୍ୟାଗ,ବିଶ୍ୱାସ, ନିଷ୍ଟା, ନିଃସର୍ତ୍ତ ସ୍ନେହା ପ୍ରେମର ସ୍ୱଚ୍ଛ ଓ ନିର୍ମଳ ସମର୍ପିତ ଭାବଧାରାକୁ ବିଶ୍ଳେଷଣ କରିଥିଲେ।ଅନୁଷ୍ଠାନର ସଭାପତି ତଥା ୟୁ.ଟେକ୍.କମ୍ପ୍ୟୁଟର ଇନ୍ଷ୍ଟଟ୍ରର ନିର୍ଦ୍ଦେଶକ ଲୋକନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ।ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ ।ଏହି ଶୁଭ ଅବସରରେ ପ୍ରାକ୍ତନ ଜେଲ୍ ଅଧ୍ୟକ୍ଷ ହନୁ ସେଠୀ କୁ ସଂବର୍ଥନା ସହ ନାରୀ ସଶକ୍ତି କାରଣରେ ଅତୁଳନୀୟ ସାମାଜିକ ଅବଦାନ ପାଇଁ ରଞ୍ଜିତା ପଟ୍ଟନାୟକ, ଇନ୍ଦିରା ଗୌଡ,ଓ ଡ.ଭାରତୀ ପାଣିଗ୍ରାହୀଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର, ମେମଣ୍ଟୋ, ଉତ୍ତରୀୟ ପ୍ରଦାନ କରାଯାଇଥିଲା ।ଶେଷରେ ମାଆ ପାଇଁ ଦିନଟିଏ ଉଦ୍ଦେଶ୍ୟରେ କଣ୍ଠ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆଜିର ବିଶ ବଳୟରୁ ଅମୃତ ସନ୍ତାନ ମାନଙ୍କୁ ଉଦ୍ଧାର କରି ମା ମାନେ ସେହି ସନ୍ତାନ ମାନଙ୍କୁ ନେଇ ଏକ ସୁସ୍ଥ ସମାଜ ଗଠନରେ ବ୍ରିତୀ ହେବା ପାଇଁ ସାମୂହିକ ଭାବପ୍ରବଣତା ସୃଷ୍ଟି କରାଯାଇଥିଲା।ମୁରଲୀ ଧର ପରିଚ୍ଛା, ଡ.ନରସିଂହ ଗୌଡ, ଭାଗବତ ପାଢ଼ୀ,ରାମ ଚନ୍ଦ୍ର ପାଢ଼ୀ, ପାୟଲ ପାତ୍ର, ପଲକ ପାତ୍ର ରବି ଭୂୟାଁ, ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories