Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପୂର୍ବତନ ସରପଞ୍ଚ ତଥା ରାଜ୍ୟ ବିଜେଡ଼ି ସମ୍ପାଦକ ମୋସା ମାଝୀ ଗିରଫ,କୋର୍ଟ ଚାଲାଣ

ପାରଳାଖେମୁଣ୍ଡି:୨୩/୫(ଗରୁଡ଼ ଧ୍ୱଜ ଚୌଧୁରୀ) ଆଦିବାସୀ ପ୍ରବଣ ଗଜପତି ଜିଲ୍ଲାରେ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିଲା।ନିରୀହ ଆଦିବାସୀଙ୍କୁ ହାତ ବାରିସି କରି ପ୍ରଲୋଭନ ଦେଖାଇ ଗଞ୍ଜେଇ ଚାଷ କରିବାକୁ ସହଯୋଗ କରୁଛନ୍ତି ମାଫିଆ ମାନେ।ପ୍ରଶାସନର ସଚେତନତା ସତ୍ତ୍ୱେ ଲୋକେ ଗଞ୍ଜେଇ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି।ଏହି ଚାଷକୁ ସମୂଳେ ନାଶ କରିବାର ପ୍ରୟାସ ଏବଂ କଡ଼ା ଆଭିମୁଖ୍ୟ ପାଇଁ ଅଣ୍ଟା ଭିଡିଛନ୍ତି ଗଜପତି ଜିଲ୍ଲା ରା.ଉଦୟଗିରି ଯୁବ ଆଇପିଏସ ଅଧିକାରୀ ରାକେଶ କୁମାର ସାହୁ। ତାଙ୍କ ନେତୃତ୍ୱରେ ଅଳ୍ପ ଦିନ ମଧ୍ୟରେ ଅଡ଼ବା ଓ ରା.ଉଦୟଗିରି ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛିି।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶ୍ରୀ ସାହୁଙ୍କୁ ନିଶାମୁକ୍ତ ଓଡ଼ିଶା ଅଭିଯାନର ଗଜପତି ଜିଲ୍ଲା ସାରଥୀଙ୍କୁ ଡିସ ଆୱାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ମଧ୍ୟ କରିଛନ୍ତି।ତାଙ୍କର ବଳିଷ୍ଠ ନେତୃତ୍ଵରେ ବର୍ତ୍ତମାନ ଅଡ଼ବା ଏବଂ ଅନ୍ୟାନ୍ୟ ଥାନା ପୁଲିସର ୪୦ ଜଣିଆ ଟିମ୍ ପୂର୍ବାହ୍ନରେ ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ଅନ୍ତର୍ଗତ ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ରାଜ୍ୟ ବିଜେଡ଼ି ଦଳର ସମ୍ପାଦକ ମୋସା ମାଝୀଙ୍କୁ ତାଙ୍କ ଘରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଅଡ଼ବା ପୁଲିସ।ସୂଚ଼ନା ମୁତାବକ ବରିଷ୍ଠ ରାଜନେତା ମୋସା ମାଝୀ(୩୭) ଦୀର୍ଘ ଦିନରୁ ଗଞ୍ଜେଇ କାରବାର ସହିତ ସମ୍ପୃକ୍ତ ଥିଲେ ବୋଲି ପୋଲିସ ନିକଟରେ ସୂଚନା ଥିଲା।ଏହାର ବରିଷ୍ଠ ପ୍ରମାଣ ସଂଗ୍ରହ କରିବା ସହ ତାଙ୍କୁ ଗିରଫ କରିବା ପାଇଁ କିଛି ଦିନ ହେଲା ଲାଗି ପଡ଼ିଥିଲେ
ରା.ଉଦୟଗିରି ଯୁବ ଆଇପିଏସ ଅଧିକାରୀ ତଥା ଏସଡ଼ିପିଓ ଶ୍ରୀ ସାହୁ।ମୋହନା ତହସିଲଦାର ତଥା ମାଜିଷ୍ଟ୍ରେଟ ଚକ୍ରଧର ପାଢୀଙ୍କ ଉପସ୍ଥିତିରେ ୪୦ ଜଣିଆ ପୁଲିସ ଟିମଙ୍କ ସହିତ ଶ୍ରୀ ମାଝୀଙ୍କ ବାସଭବନରେ ଚଢାଉ କରିଥିଲେ। ତାଙ୍କ ଘରୁ ଗୋଟିଏ ଧଳା ରଙ୍ଗର ହୁଣ୍ଡାଇ ଭେନ୍ୟୁ କାର (ଓଡ଼ି୦୨ବିଏଚ୬୬୪୪),୫୫ଟି ନୂଆଁ ଓ ପୁରୁଣା ଏଟିଏମ କାର୍ଡ଼, ୬ଟି ବ୍ୟାଙ୍କ ପାସ ବୁକ,୫ଟି ଚ଼େକ ବୁକ,୬ଟି ଜମି ପଟ୍ଟା,୩ଟି ସ୍କେଚ୍ ମ୍ୟାପ,ଗୋଟିଏ ଆଧାର କାର୍ଡ଼, ଗୋଟିଏ ପାନ କାର୍ଡ଼ ସହିତ ଅମାପ ସମ୍ପତ୍ତି ର ଅଧିକାରୀ ହୋଇଥିବା ଏସଡ଼ିପିଓ ଶ୍ରୀ ସାହୁ ଅଡବା ଥାନା ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସୂଚ଼ନା ଦେଇଛନ୍ତି।ଶ୍ରୀ ମାଝୀ ବିଗତ ଦିନରେ ଅଡବା ଥାନା ଅଞ୍ଚଳରୁ ଜବତ ଗଞ୍ଜେଇରେ ସମ୍ପୃକ୍ତ ଥିବା,ଗଞ୍ଜେଇ ମାଫିଆଙ୍କୁ ଘରକୁ ଡାକି ଆଣି ଆଶ୍ରୟ ଦେବା ଓ ସହାୟତା ପ୍ରଦାନ କରିବା,ସରକାରୀ ଜମିରେ କୋଠା ନିର୍ମାଣ କରିବା,ଗ୍ରାମବାସୀଙ୍କୁ ଏକାଠି କରି ବାହାର ସ୍ଥାନକୁ ଗଞ୍ଜେଇ ଚାଲାଣ କରିବା ଆଦି ସଙ୍ଗୀନ ଅଭିଯୋଗ ରହିଛି। ଏହି ଘଟଣାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ଅଧିକା ତଥ୍ୟ ସଂଗ୍ରହ ପାଇଁ ଏହି ମାମଲାର ତଦନ୍ତ କରୁଛନ୍ତି ଅଡ଼ବା ଥାନା ସବ-ଇନିସପେକ୍ଟର ପି.କେ.ପରିଡା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ