Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ଆକାଂକ୍ଷା ପକ୍ଷ ରୁ ରଜପର୍ବ ପାଳିତ

ପାରଳାଖେମୁଣ୍ଡି:୧୫/୬(ଗରୁଡ଼ ଧ୍ଵଜ ଚୌଧୁରୀ) ରେ ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ମହାରାଜା ଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ରଜ ଉତ୍ସବ- ୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ରଜ ଦୋଳି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା। କୁନି କୁନି ଶିଶୁ ମାନଙ୍କୁ ମେହେନ୍ଦି ଓ ଅଳତା ଲଗାଇ ସଜ୍ଜିତ କରାଯାଇ ଥିଲା। ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲା ରଜଦୋଳି ଗୀତ ସାଙ୍ଗ କୁ ପୋଡ଼ ପିଠା,ଗଜା, କାକରା, ଆରିସା, ଲଡ଼ୁ, ବୁନ୍ଦୀ, ଚକୋଲେଟ୍ ଆହୁରି ଅନ୍ୟାନ୍ୟ ମିଠା। ଏହା ସହିତ ମିଠା ପାନ ଉତ୍ସବ ର ଅନ୍ୟ ଆକର୍ଷଣ ଥିଲା। ଏହି ଅବସରରେ ଏକ ସଭାର ଆହୋଜନ ମଧ୍ୟ କରାଯାଇଥିଲା।
ଆକାଂକ୍ଷା ମହିଳା ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଗଜପତି ଶ୍ରୀଯୁକ୍ତ ରାଧାକାନ୍ତ ଭୂୟାଁ, ମୁଖ୍ୟ ବକ୍ତା ଅଧ୍ୟାପିକା ସ୍ନାତକ ମହିଳା ମହାବିଦ୍ୟାଳୟ ଡଃ କଲ୍ୟାଣୀ ମିଶ୍ର, ସମ୍ମାନିତ ଅତିଥି ସିଡ଼ିପିଓ ରାୟଗଡ଼ା ବି କୋମଲାଙ୍ଗି, ସଂପାଦିକା ଡଃ ମିନା କୁମାରୀ ଟହଲ, ସଂଯୋଜନା ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ରଥ, ମଞ୍ଚ ଆବାହନ ଶ୍ରୀମତୀ ସରୀତା ପାଣିଗ୍ରାହୀ, ପ୍ରେମାଞ୍ଜଳୀ ପଣ୍ଡା, ରଜପର୍ବ ଉପରେ ଆଲୋକପାତ କରିଥିଲେ। ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଙ୍କ କର କମଳ ରେ ଆକାଂକ୍ଷା ମହିଳା ପତ୍ରିକା ଉନ୍ମୋଚନ କରାଯାଇଥିଲା। ସିସିଡ଼ି ମୁଖ୍ୟ ଏ ଜଗନ୍ନାଥ ରାଜୁ ଓ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ।ଅବସରପ୍ରାପ୍ତ ଶିକ୍ଷକ ଡଃ ନରସିଂହ ଗୌଡ ଓ ମହିଳା ସୁରକ୍ଷା ଅଧିକାରୀ ତଥା ଜିଲ୍ଲ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସରଳା ପାତ୍ର ଙ୍କୁ ଆକାଂକ୍ଷା ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟ ରେ ଓଡ଼ିଆ ସାହିତ୍ୟ,ସଂସ୍କୃତି ଓ ପରିବେଶ କୁ ନେଇ ଏକ ପ୍ରଶ୍ନ ଓ ଉତ୍ତର କାର୍ଯ୍ୟକ୍ରମ କରାଯିବା ସହିତ କୃତି ପ୍ରତିଯୋଗୀ ମାନ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ୫୦ ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଶ୍ରୀ ମନୋଜ କୁମାର ପଣ୍ଡା, ବବିତା ପୂରୋହିତ, ଇତିଶ୍ରୀ ମହାପାତ୍ର, ସ୍ନିଧା ମିଶ୍ର, ସଙ୍ଗୀତା ପାତ୍ର,ସୂଜାତା ନନ୍ଦ, ମମତା ପାଢ଼ୀ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories