Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୦୦ ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପରିଚୟ ପତ୍ର ନ ଦେଖାଇ ୨ ହଜାର ଟଙ୍କିଆ ନୋଟ୍ ବିନିମୟ ବିରୋଧରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟର ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି ଯେ ଏହା ଏକ ମାମଲା ନୁହେଁ ଯାହା ତୁରନ୍ତ ଶୁଣାଣି ହେବା ଆବଶ୍ୟକ। ଗ୍ରୀଷ୍ମ ଛୁଟି ପରେ ଆବେଦନକାରୀ ପ୍ରଧାନ ବିଚାରପତିଙ୍କଠାରୁ ଶୁଣାଣି ପାଇଁ ଅନୁରୋଧ କରିବା ଉଚିତ୍। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରିବାକୁ ଆବେଦନକାରୀମାନେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

ମେ ୨୯ରେ, ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଏକ ନୀତିଗତ ବିଷୟ ବୋଲି କହିଥିଲେ। ଆବେଦନକାରୀଙ୍କ ଓକିଲ ଅଶ୍ୱନୀ ଉପାଧ୍ୟାୟ କହିଛନ୍ତି ଯେ ଜଣେ ଲୋକ ଯଦି ବିନା ପ୍ରମାଣ ପତ୍ରରେ ୨୦୦୦ ଟଙ୍କିଆ ନୋଟ ବଦଳ କରେ ତେବେ ଏହା ଦୁର୍ନୀତି ଓ ଦେଶ ବିରୋଧୀ। ସୁପ୍ରିମକୋର୍ଟର ଜଷ୍ଟିଷ ସୁଧାଂସୁ ଧୂଲିଆ ଓ ଜଷ୍ଟିସ ବିଶ୍ୱନାଥନଙ୍କ ବେଞ୍ଚ ସାମ୍ନାରେ ଆବେଦନକାରୀଙ୍କ ଓକିଲ ଦଲିଲ୍ ଦେଇଥିଲେ କି ରିଜର୍ଭ ବ୍ୟାଙ୍କର ଏଭଳି ନିଷ୍ପତ୍ତି ମନମୁଖୀ ଅଟେ ଓ ଏହାକୁ ମଞ୍ଜୁରୀ ପ୍ରଦାନ କରି ହାଇକୋର୍ଟ ଭୁଲ କରିଛନ୍ତି ।

More Stories