ୱିମ୍ବଲଡନ୍ରେ ପ୍ରିୟଙ୍କାଙ୍କ ଷ୍ଟାଇଲ୍ର ଜଲୱା; ଡିଓର୍ ଡ୍ରେସ୍ ସହ ଆକର୍ଷଣର କେନ୍ଦ୍ର ପାଲଟିଲା ଏନ୍ଗେଜମେଣ୍ଟ ରିଙ୍ଗ୍
ୱିମ୍ବଲଡନ୍ ୨୦୨୬ ମହିଳା ସେମିଫାଇନାଲ୍ ମ୍ୟାଚ୍ ଦେଖିବାକୁ ପହଞ୍ଚିଥିବା ବଲିଉଡ୍ ଓ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଫ୍ୟାଶନ୍ ଷ୍ଟାଇଲ୍ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣକୁ ଆସିଛନ୍ତି । ସେ ଡିଓର୍ (Dior)ର ଏପର୍ଯ୍ୟନ୍ତ ବଜାରକୁ ନଆସିଥିବା Dioriviera କଲେକ୍ସନର ଏକ କ୍ରିମ୍ ରଙ୍ଗର ଶର୍ଟ ଡ୍ରେସ୍ ପିନ୍ଧିଥିଲେ। ମିଡି-ଲେନ୍ଥର ଏହି ଡ୍ରେସ୍ରେ କଲାର୍, ଫ୍ରଣ୍ଟ ବଟନ୍, ବେଲ୍ଟ ଏବଂ ହାଲୁକା ଡିଜାଇନ୍ ତାଙ୍କ ଲୁକ୍କୁ ଆହୁରି ଆକର୍ଷଣୀୟ କରିଥିଲା।
ପ୍ରିୟଙ୍କା ଏହି ଲୁକ୍କୁ ଏକ ପ୍ରିଣ୍ଟେଡ୍ ସିଲ୍କ ସ୍କାର୍ଫ, ଓଭରସାଇଜ୍ ସନ୍ଗ୍ଲାସ୍, ସିଲଭର ହୁପ୍ ଇୟରରିଂ, ହାତଘଡ଼ି ଏବଂ ଟୌପ୍ ରଙ୍ଗର ଶୋଲ୍ଡର ବ୍ୟାଗ୍ ସହ ପୂରଣ କରିଥିଲେ। ତେବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାଙ୍କ Tiffany & Co.ର ଏନ୍ଗେଜମେଣ୍ଟ ରିଙ୍ଗ୍। ପ୍ଲାଟିନମ୍ରେ ତିଆରି ଏହି ରିଙ୍ଗ୍ରେ ପ୍ରାୟ ୪ କ୍ୟାରେଟ୍ର କୁଶନ୍-କଟ୍ ହୀରା ସହ ଦୁଇ ପାର୍ଶ୍ୱରେ ବ୍ୟାଗେଟ୍ କଟ୍ ହୀରା ଲାଗିଥିବାରୁ ଏହା ବେଶ୍ ଚର୍ଚ୍ଚାରେ ରହିଛି।
ଏହା ପ୍ରଥମ ଥର ନୁହେଁ ଯେ ୱିମ୍ବଲଡନ୍ରେ ପ୍ରିୟଙ୍କାଙ୍କ ଫ୍ୟାଶନ୍ ଚର୍ଚ୍ଚାରେ ରହିଛି। ଗତବର୍ଷ ସେ ସ୍ୱାମୀ ନିକ୍ ଜୋନାସ୍ଙ୍କ ସହ ରାଲ୍ଫ ଲରେନ୍ର ଏକ ଷ୍ଟାଇଲିସ୍ ଡ୍ରେସ୍ ପିନ୍ଧି ପହଞ୍ଚିଥିଲେ, ଯାହାର ମୂଲ୍ୟ ପ୍ରାୟ ୧.୮୪ ଲକ୍ଷ ଟଙ୍କା ଥିଲା। ଚଳିତବର୍ଷ ମଧ୍ୟ ତାଙ୍କ ଏହି ଏଲିଗାଣ୍ଟ ଲୁକ୍ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।

