Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁଟ୍ୟୁବ୍ ଚ୍ୟାନେଲ ଚଳାଉଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ; ମାସକୁ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ନୂଆଦିଲ୍ଲୀ: ଆପଣ ଜାଣନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଛନ୍ତି। କେବଳ ସେତିକି ନୁହେଁ ଏଥିରୁ ମାସିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। ଏ ନେଇ ନିଜେ ମନ୍ତ୍ରୀ ପ୍ରକାଶ କରିଛନ୍ତି। ୟୁଟ୍ୟୁବ୍ ମାଧ୍ୟମରେ ସେ ପ୍ରତି ମାସରେ କେତେ ଟଙ୍କା ରୋଜଗାର କରୁଛନ୍ତି ତାହା ମଧ୍ୟ କହିଛନ୍ତି। ୟୁଟ୍ୟୁବରେ ତାଙ୍କର ଲକ୍ଷ ଲକ୍ଷ ଭ୍ୟୁଅର୍ସ ମଧ୍ୟ ଅଛନ୍ତି। ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କେଉଁ ପ୍ରକାର ଭିଡିଓ ଅଛି ଏବଂ କେଉଁ ଭିଡିଓକୁ ଅଧିକ ପସନ୍ଦ କରାଯାଏ ତାହା ମଧ୍ୟ ମନ୍ତ୍ରୀ କହିଛନ୍ତି।

ଭାରତୀୟ ଅର୍ଥନୈତିକ କନକ୍ଲେଭ (IEC) ୨୦୨୩ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ୟୁଟ୍ୟୁବରୁ ତାଙ୍କର ରୋଜଗାର ବିଷୟରେ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ୨୦୧୫ ମସିହାରେ ସେ ନିଜ ଚ୍ୟାନେଲ ଆରମ୍ଭ କରିଥିଲେ। ଏଥିରେ ସେ ତାଙ୍କର ସମସ୍ତ ଭାଷଣ, ସାମ୍ବାଦିକ ସମ୍ମିଳନୀ ଏବଂ ଗଣମାଧ୍ୟମକୁ ଦିଆଯାଇଥିବା ବିବୃତ୍ତିର ଭିଡିଓ ପ୍ରକାଶ କରନ୍ତି। ତାଙ୍କର ପ୍ରତ୍ୟେକ ଭିଡିଓରେ ହଜାର ହଜାର ଭ୍ୟୁଜ୍‌ ଆସେ ଏବଂ ଏପର୍ଯ୍ୟନ୍ତ ୫.୨୭ ଲକ୍ଷ ଲୋକ ତାଙ୍କ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ