Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛେଳି ଚୋରି ବେଳେ ଧରାପଡ଼ିଲେ ଯୁବକ, ଗଛରେ ବାନ୍ଧି ମାଡ଼ ମାରିଲେ ଗ୍ରାମବାସୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଜୁଗୁନିଖୁଣ୍ଟା ଗ୍ରାମରେ ଛେଳି ଚୋରି ଉଦ୍ୟମ ବେଳେ ଜଣେ ଯୁବକ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଧରାପଡ଼ିଥିବା ଯୁବକଙ୍କୁ ଗ୍ରାମବାସୀ ଗଛରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଦୁଇ ଜଣ ଯୁବକ ବାଇକ୍‌ରେ ଆସି ଗ୍ରାମରୁ ଛେଳି ଚୋରି କରିବାକୁ ଉଦ୍ୟମ କରୁଥିଲେ। ସନ୍ଦେହଜନକ ଚଳପ୍ରଚଳ ଦେଖି ଗ୍ରାମବାସୀ ସେମାନଙ୍କୁ ଗୋଡ଼ାଇଥିଲେ। ଏଥିରେ ଜଣେ ଯୁବକ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ। ଅଭିଯୋଗ ଅନୁଯାୟୀ, ଧରାପଡ଼ିଥିବା ଯୁବକଙ୍କୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଗଛରେ ବାନ୍ଧି ରଖାଯିବା ସହ ମାଡ଼ ମାରାଯାଇଥିଲା।

ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଫେରାର ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନରେ ପୋଲିସ ଚଢ଼ାଉ ଜାରି ରଖିଛି। ସେହିପରି ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories