ପାରଳାଖେମୁଣ୍ଡି ସହରରେ ଚୋରଙ୍କ ଆତଙ୍କ ଟାର୍ଗେଟରେ ତାଲାବନ୍ଦ ଘର ଦିନରେ ଲୁଟିନେଲେ ସଂଜୟଗାନ୍ଧି କଲୋନୀର ଏକ ଘରୁ ନଗଦ ୫ ଲକ୍ଷ ଟଙ୍କା ଓ ୭ ଭରି ସୁନା
ପାରଳାଖେମୁଣ୍ଡି:୧୦/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଚୋର ଙ୍କ ଆନ୍ତଙ୍କରେ ଜନସାଧାରଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଖେଳାଇ ଦେଇଛି l ଘଟଣାରୁ ପ୍ରକାଶ ଯେ,ପାରଳାଖେମୁଣ୍ଡି ସହରର ସଞ୍ଜୟଗାନ୍ଧୀ କୋଲନିରେ ଥିବା ତାଲାବନ୍ଦ ଘରୁ ଦିନ ଦ୍ବିପହରରେ ଲୁଟ୍ ହୋଇଥିବା ଜଣା ପଡ଼ିଛି l ଦୁବୃର୍ତ୍ତ ମାନେ ତାଲା ପଡ଼ିଥିବା ଏକ ଘରର ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରି ଘରେ ଥିବା ୫ ଲକ୍ଷ ୫୦ ହଜାର ଟଙ୍କା ପ୍ରାୟ ୭ଭରି ସୁନା ଅଳଙ୍କାର ରୂପା ସାମଗ୍ରୀ ଲୁଟ୍ କରି ନେ଼ଇ ଫେରାର ହୋଇ ଯାଇଛନ୍ତି l ସୁଚନା ଯୋଗ୍ୟ ଏହି କି ଯେ, ଲୁଟ ରେ ଶୀକାର ହୋଇଥିବା ଘରର ମାଲିକ ଏସ. ସଂତୋଷିନୀ ପରିବାର ସହ ଘରେ ତାଲା ପକାଇ ଜଣେ ସମ୍ପର୍କୀୟ ଙ୍କ ଅସୁସ୍ଥତା ଯୋଗୁଁ ଭୁବନେଶ୍ବର ସ୍ଥିତ ଏକ ଘୋରେଇ ହସ୍ପିଟାଲ କୁ ଯାଇଥିଲେ l ଶନିବାର ଦିନ ଘରର ତାଲା ଭାଙ୍ଗି ଥିବା ଦେଖି ପୋଡଶି ପୋଲିସକୁ ଖବର ଦେଇଥିଲେ ସନ୍ଧ୍ୟାରେ ସଂତୋଷିନି ଘରକୁ ଫେରି ଚୋରି ହୋଇଥିବ ନେଇ ପାରଳାଖେମୁଣ୍ଡି ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଅନୁଯାଇ ଘରୁ ନଗତ ୫ଲକ୍ଷ ୫୦ହଜାର ଟଙ୍କା, ପ୍ରାୟ ୭ଭରି ସୁନା ଅଳଙ୍କାର, ୧୫ଟି ରୂପା ପାଉଁଚି ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି l ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l ପୋଲିସ ଆଖ ପାଖରେ ଲାଗିଥିବା ସି ସି ଟିଭି ଫୁଟେଜ ଏକାଠି କରି ଏହି ଚୋରି ଘଟଣା ସହ ସମ୍ପୃକ୍ତ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ଲ

