Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରେ ମଧ୍ୟାହ୍ନଭୋଜନର ବିକଳ ଚିତ୍ର…. ଖରାରେ ମୁକ୍ତ ଆକାଶ ତଳେ ପଡିଆରେ ବସି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ

ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ମଧ୍ୟାହ୍ନଭୋଜନର ବିକଳ ଚିତ୍ର ଦେଖିବାକୁ ମିଳିଛି. ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ବସି ଖାଇବା ପାଇଁ ଆବଶ୍ୟକ ସ୍ଥାନାଭାବ ଯୋଗୁଁ ମଧ୍ୟାହ୍ନର ଖରାରେ ମୁକ୍ତ ଆକାଶ ତଳେ ପଡିଆରେ ବସି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ କରୁଛନ୍ତି. ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକର ଅଡବାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ. ଏଠାରେ ବାଲ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୩୫ ଛାତ୍ରୀଛାତ୍ର ପାଠ ପଢୁଛନ୍ତି | ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟହ୍ନ ଭୋଜନ ବସି ଖାଇବା ଲାଗି ଆବଶ୍ୟକ ସ୍ଥାନାଭାବ ରହିଛି. ଛାତ୍ରଛାତ୍ରୀମାନେ ବସି ଖାଇବା ପାଇଁ ଗୃହଟିଏ ନାହିଁ। ଫଳରେ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ସମୟରେ ଦ୍ବିପହରରେ ଖରାରେ ବାହାରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ଗୁରୁବାର ଦିନ ଏଭଳି ଦୃଶ୍ୟ ଦେଖୁବାକୁ ମିଳିଥିଲା. ଏହି ବିଦ୍ୟାଳୟରେ କେବଳ ଗୁରୁବାର ଦିନ ନୁହେଁ ବର୍ଷ ତମାମ ଛାତ୍ରଛାତ୍ରୀମାନେ ଏଭଳି ଖରାରେ ବସି ମଧ୍ୟାହ୍ନଭୋଜନ ଖାଉଥିବା ସୂଚନା ମିଳିଛି. ଏଭଳି ଅବ୍ୟବସ୍ଥା ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ସୁବ୍ୟବସ୍ଥା କରୁଛନ୍ତି। ହେଲେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନ କରିବା ପାଇଁ ଗୃହ ସମ୍ପର୍କରେ ଚିନ୍ତା କରୁନାହାନ୍ତି। ଯଦ୍ବାରା ଆଦିବାସୀ ଅଧୁଷିତ ଗଜପତି ଜିଲ୍ଲାର ଅନେକ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା ଦେଖୁବାକୁ ମିଳୁଛି। ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ତୁରନ୍ତ ମାଧ୍ୟାହ୍ନ ଭୋଜନ ଖାଇବାକୁ ଗୃହଟିଏ ନିର୍ମାଣ କରିବାପାଇଁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories