Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସୁସ୍ଥ ଅନୁଭବ କରିବାରୁ AIIMSରେ ଭର୍ତ୍ତି ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ସ୍ଥିର ରହିଛି ସ୍ୱାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ ଅନୁଭବ କରିବା ପରେ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀସ୍ଥିତ AIIMSରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ନଡ୍ଡାଙ୍କର ଡାକ୍ତରୀ ମୂଲ୍ୟାଙ୍କନ କରାଯିବା ସହ ବିଭିନ୍ନ ପରୀକ୍ଷା କରାଯାଇଛି।

ସୂଚନା ଅନୁଯାୟୀ, ତାଙ୍କର କୋରୋନାରି ଆଞ୍ଜିଓଗ୍ରାଫି ମଧ୍ୟ କରାଯାଇଛି। ବର୍ତ୍ତମାନ ନଡ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅଧିକ ନିରୀକ୍ଷଣ ପାଇଁ ତାଙ୍କୁ AIIMSର କାର୍ଡିଓଲୋଜି ବିଭାଗରେ ଭର୍ତ୍ତି କରାଯାଇଛି।

ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ନଡ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ୍ ନଜର ରଖିଛି। ତାଙ୍କର ପରବର୍ତ୍ତୀ ସ୍ୱାସ୍ଥ୍ୟ ସୂଚନା ଡାକ୍ତରୀ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories