Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଜରାଟରେ ଆତଙ୍କ ଖେଳାଇଛି ଚାନ୍ଦିପୁରା ଭୂତାଣୁ: ୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୭ ମୃତ, ବଢ଼ିଲା ଚିନ୍ତା

ଗୁଜରାଟ: ଗୁଜରାଟରେ ପୁଣି ଚାନ୍ଦିପୁରା ଭୂତାଣୁକୁ ନେଇ ଚିନ୍ତା ବଢ଼ିଛି। ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଜୁନ୍ ୩୦ରୁ ଅଗଷ୍ଟ ୧୨ ମଧ୍ୟରେ ରାଜ୍ୟରେ ୨୩୮ଟି ସନ୍ଦିଗ୍ଧ ଚାନ୍ଦିପୁରା ଭୂତାଣୁ ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୪୧ଟି ମାମଲା ଲାବରେଟୋରି ପରୀକ୍ଷାରେ ନିଶ୍ଚିତ ହୋଇଛି। ନିଶ୍ଚିତ ଆକ୍ରାନ୍ତଙ୍କ ମଧ୍ୟରୁ ୨୭ ଜଣଙ୍କ ମୃତ୍ୟୁ ହୋଇଥିବାରୁ ମୃତ୍ୟୁହାର ପ୍ରାୟ ୬୫.୯ ପ୍ରତିଶତ ରହିଛି।

ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ସନ୍ଦିଗ୍ଧ ମାମଲାଗୁଡ଼ିକରୁ ଅଧିକାଂଶ ନମୁନାର ପରୀକ୍ଷା ରିପୋର୍ଟ ମିଳିସାରିଛି। ଆଉ ୬ଟି ନମୁନାର ପରୀକ୍ଷା ରିପୋର୍ଟ ଆସିବା ବାକି ରହିଛି। ଚାନ୍ଦିପୁରା ଭୂତାଣୁର ସଂକ୍ରମଣକୁ ନେଇ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ନଜରଦାରି ବଢ଼ାଯାଇଥିବା ବେଳେ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି।

ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ୍ଲ ପାନସେରିଆ କହିଛନ୍ତି ଯେ, ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଉଛି। ସମସ୍ତ ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଭୂତାଣୁର ମୁକାବିଲା ସହ ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରି ଚିକିତ୍ସା ଯୋଗାଇଦେବା ଉପରେ ବିଭାଗ ଗୁରୁତ୍ୱ ଦେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories