Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ପୋଲିସ୍ କୁ ମିଳିଛି ବଡ଼ ସଫଳତା ସଞ୍ଜୟ ଗାନ୍ଧୀ କଲୋନୀ ରୁ ଚୋରି ହୋଇଥିବା ୧୪ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ ସମ୍ପତି ଉଦ୍ଧାର ଜଣେ ଗିରଫ

ପାରଳାଖେମୁଣ୍ଡି ପୋଲିସ୍ କୁ ମିଳିଛି ବଡ଼ ସଫଳତା ସଞ୍ଜୟ ଗାନ୍ଧୀ କଲୋନୀ ରୁ ଚୋରି ହୋଇଥିବା ୧୪ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ ସମ୍ପତି ଉଦ୍ଧାର ଜଣେ ଗିରଫ
ପାରଳାଖେମୁଣ୍ଡି:୨୧/୮(ଗରୁଡ଼ ଧ୍ୱଜ ଚୌଧୁରୀ)
ପାରଳାଖେମୁଣ୍ଡି ପୋଲିସ କୁ ମିଳିଛି ବଡ଼ ସଫଳତା l ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା ଏକ ବଡ଼ ଧରଣର ଘର ଭାଙ୍ଗି ଚୋରି ଘଟଣାର ପାରଳାଖେମୁଣ୍ଡି ପୋଲିସ ସଫଳତାର ପର୍ଦ୍ଦାଫାସ କରି ଅଭିଯୁକ୍ତ ସର୍ବସୁଧି କୁମାର ସ୍ୱାମୀ (୩୦), ସଞ୍ଜୟ ଗାନ୍ଧୀ କଲୋନୀ, ପାରଳାଖେମୁଣ୍ଡିଙ୍କୁ ଗିରଫ କରାଯାଇଅଛି । ଏ ସମ୍ପର୍କରେ ଆଦର୍ଶ ଥାନା ପାରଳାଖେମୁଣ୍ଡି କେସ୍ ନଂ. ୩୨୭, ତା.୦୮.୦୮.୨୦୨୬, ଦଫା ୩୩୧(୪)/୩୦୫(ଏ)/୩(୫) BNS ରୁଜୁ ହୋଇଥିଲା । ଅଭିଯୋଗକାରିଣୀ ଶ୍ରୀମତୀ ସରାବସୁଧି ସନ୍ତୋଷିନୀ (୪୫) ଘରେ ନଥିବା ସମୟରେ ୦୭/୦୮.୦୮.୨୦୨୬ ମଧ୍ୟରାତ୍ରିରେ ଅଜଣା ଦୁର୍ବୃତ୍ତମାନେ ତାଙ୍କ ଘର ଓ ଆଲମାରୀର ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ସହିତ ନଗଦ ୫,୫୦,୦୦୦ ଟଙ୍କା ଚୋରି କରିନେଇଥିଲେ। ତଦନ୍ତ ସମୟରେ ମିଳିଥିବା ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ୨୦.୦୮.୨୦୨୬ ତାରିଖରେ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା ଅଞ୍ଚଳରୁ ଠାବ କରି ଗିରଫ କରିଥିଲା । ପରବର୍ତ୍ତୀ ତଦନ୍ତ ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ପ୍ରାୟ ୭.୫ ତୋଳା ସୁନା ଅଳଙ୍କାର, ଯାହାର ଆନୁମାନିକ ମୂଲ୍ୟ ୯,୭୫,୦୦୦ ଟଙ୍କା, ପ୍ରାୟ ୯୦ ତୋଳା ରୂପା ସାମଗ୍ରୀ, ଯାହାର ଆନୁମାନିକ ମୂଲ୍ୟ ୩,୦୦,୦୦୦ ଟଙ୍କା, ନଗଦ/ଚୋରି ସାମଗ୍ରୀ ବିକ୍ରୟରୁ ପ୍ରାପ୍ତ ୧,୮୨,୦୦୦ ଟଙ୍କା ଏବଂ ୧୯,୫୦୦ ଟଙ୍କା ମୂଲ୍ୟର ଗୋଟିଏ OPPO K14x 5G ମୋବାଇଲ୍ ଫୋନ୍ ଜବତ କରିଛି । ଏହିପରି ମୋଟ ପ୍ରାୟ ୧୪,୭୬,୫୦୦ ଟଙ୍କା ମୂଲ୍ୟର ଚୋରି ସମ୍ପତ୍ତି ଓ ସମ୍ପୃକ୍ତ ସାମଗ୍ରୀ ଉଦ୍ଧାର ଓ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ଏବଂ ବଳକା ଚୋରି ସମ୍ପତ୍ତି ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ