Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମର୍ଣ୍ଣିଂ ୱାକ୍‌ରେ ବୃଦ୍ଧାଙ୍କୁ ଟାର୍ଗେଟ୍‌ କଲେ ଲୁଟେରା, ବେକରୁ ୩୦ ଗ୍ରାମର ସୁନା ଚେନ୍‌ ଝାମ୍ପିନେଲେ

ଭୁବନେଶ୍ୱର: ବାଲିଅନ୍ତା ଅଞ୍ଚଳରେ ମର୍ଣ୍ଣିଂ ୱାକ୍‌ରେ ବାହାରିଥିବା ଜଣେ ବୃଦ୍ଧାଙ୍କଠାରୁ ସୁନା ଚେନ୍‌ ଲୁଟ୍‌ ଅଭିଯୋଗ ହୋଇଛି। ବାଲିଅନ୍ତା ଥାନା ଅଧୀନ ରଙ୍ଗବଜାର-ବ୍ରାହ୍ମଣଷଡ଼ଙ୍ଗୀ ରାସ୍ତାରେ ଏହି ଘଟଣା ଘଟିଛି। ସର୍ବେଶ୍ୱର ସାହୁ ଓ ତାଙ୍କ ପତ୍ନୀ ସାବିତ୍ରୀ ସାହୁ ପ୍ରତିଦିନ ଭଳି ଭୋର ପ୍ରାୟ ୫ଟାରେ ପ୍ରାତଃଭ୍ରମଣରେ ବାହାରିଥିଲେ। ସାବିତ୍ରୀ ଆଗରେ ଚାଲୁଥିବା ବେଳେ କଳା ରଙ୍ଗର ପଲସର ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ବେକରୁ ପ୍ରାୟ ୩୦ ଗ୍ରାମ ଓଜନର ସୁନା ଚେନ୍‌ ଝାମ୍ପି ନେଇଥିଲେ।

ଚେନ୍‌ ଲୁଟିବା ପରେ ଦୁର୍ବୃତ୍ତମାନେ ବ୍ରାହ୍ମଣଷଡ଼ଙ୍ଗୀ ଦିଗକୁ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଛି। ତେବେ ଅଭିଯୋଗର ୧୨ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିନଥିବା ଅଭିଯୋଗ ହୋଇଛି।

ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଅଞ୍ଚଳରେ ନିୟମିତ ପୁଲିସ ପାଟ୍ରୋଲିଂ ହେଉନଥିବାରୁ ଲୁଟ୍‌ ଓ ଛିନତାଇ ଘଟଣା ବଢ଼ୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଲୁଟେରାଙ୍କୁ ଚିହ୍ନଟ କରି ଧରିବା ସହ ସୁନା ଚେନ୍‌ ଉଦ୍ଧାର ପାଇଁ ପୁଲିସ ତଦନ୍ତ କରିବାକୁ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories