Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଭବ୍ୟ ସ୍ୱାଗତ, ଇଣ୍ଡିଆ ହାଉସ୍‌ରେ ଶ୍ରୀଲଙ୍କା ଦଳ ସହ ରାତ୍ରିଭୋଜି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳକୁ କଲମ୍ବୋସ୍ଥିତ ଇଣ୍ଡିଆ ହାଉସ୍‌ରେ ଭବ୍ୟ ସ୍ୱାଗତ କରାଯାଇଛି। ଗୁରୁବାର ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଟିମ୍‌ ଇଣ୍ଡିଆ ପାଇଁ ଏକ ରାତ୍ରିଭୋଜିର ଆୟୋଜନ କରିଥିଲେ। ଏହି ଅବସରରେ ଭାରତୀୟ ଦଳ ସହ ଶ୍ରୀଲଙ୍କା ଦଳର ଖେଳାଳିମାନେ ମଧ୍ୟ ଯୋଗ ଦେଇଥିଲେ। ଉଭୟ ଦଳର ଖେଳାଳିଙ୍କୁ ଏକାଠି ଆତିଥ୍ୟ ଦେବା ଏକ ସ୍ମରଣୀୟ ସନ୍ଧ୍ୟା ଥିଲା ବୋଲି ସନ୍ତୋଷ ଝା କହିଛନ୍ତି।

ସନ୍ତୋଷ ଝା ସୋସିଆଲ ମିଡିଆ ‘ଏକ୍ସ’ରେ ଏହି କାର୍ଯ୍ୟକ୍ରମର କିଛି ଫଟୋ ସେୟାର କରିଥିଲେ। ସେ କହିଥିଲେ ଯେ, ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ଭାରତ ଓ ଶ୍ରୀଲଙ୍କାର ପୁରୁଷ କ୍ରିକେଟ୍‌ ଦଳକୁ ଆତିଥ୍ୟ ଦେଇ ସେ ଖୁସି। କ୍ରିକେଟ୍‌ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ବିସିସିଆଇ ମଧ୍ୟ ‘ଏକ୍ସ’ରେ ଏହି ସନ୍ଧ୍ୟାର କିଛି ମୁହୂର୍ତ୍ତ ସେୟାର କରି ଟିମ୍‌ ଇଣ୍ଡିଆକୁ ଇଣ୍ଡିଆ ହାଉସ୍‌ରେ ଆତିଥ୍ୟ ଦିଆଯାଇଥିବା କହିଛି।

ସୂଚନାଯୋଗ୍ୟ, ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଏବେ ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ଭାରତ ଦ୍ୱିତୀୟ ଟେଷ୍ଟ୍‌ ପାଇଁ ପ୍ରସ୍ତୁତ ହେଉଛି। କଲମ୍ବୋର ସିନ୍‌ହାଲେସ୍‌ ସ୍ପୋର୍ଟ୍ସ କ୍ଲବ୍‌ରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ୍‌ ଖେଳାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ