ଅଗଷ୍ଟ ୨୪ରୁ ବଦଳିବ ସିମ୍ କାର୍ଡ ନିୟମ! ୯ଟିରୁ ଅଧିକ ସିମ୍ ଥିଲେ ମିଳିବନି ନୂଆ କନେକ୍ସନ୍
ନୂଆଦିଲ୍ଲୀ: ଅଗଷ୍ଟ ୨୪ରୁ ମୋବାଇଲ୍ ସିମ୍ କାର୍ଡକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଦୂରସଞ୍ଚାର ବିଭାଗ (DoT) ନିର୍ଦ୍ଦେଶ ଅନୁସାରେ, ଜଣେ ବ୍ୟକ୍ତିଙ୍କ ନାମରେ ଦେଶରେ ସର୍ବାଧିକ ୯ଟି ମୋବାଇଲ୍ କନେକ୍ସନ୍ ରହିପାରିବ। ଜମ୍ମୁ-କଶ୍ମୀର, ଆସାମ ଓ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକରେ ଏହି ସୀମା ୬ଟି ରହିଛି। ଏହି ସୀମା ସମସ୍ତ ଟେଲିକମ୍ କମ୍ପାନୀକୁ ମିଶାଇ ଲାଗୁ ହେବ।
ଅର୍ଥାତ୍, ଆପଣଙ୍କ ନାମରେ ଯଦି ପୂର୍ବରୁ ୯ଟି ସିମ୍ ରହିଛି, ତେବେ ଅଗଷ୍ଟ ୨୪ରୁ ଆଉ ଏକ ନୂଆ ସିମ୍ ନେଇପାରିବେ ନାହିଁ। ଭିନ୍ନ ଭିନ୍ନ କମ୍ପାନୀର ସିମ୍ ନେଲେ ମଧ୍ୟ ଏହି ସୀମା ବଢ଼ିବ ନାହିଁ। ଟେଲିକମ୍ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ସିମ୍ ସଂଖ୍ୟା ଯାଞ୍ଚ କରିବା ପାଇଁ ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ (DIP) ବ୍ୟବହାର କରିବେ।
ଏହି ନିୟମର ଉଦ୍ଦେଶ୍ୟ ହେଉଛି ଏକାଧିକ ସିମ୍ର ଦୁରୁପଯୋଗ ରୋକିବା। ଏକ ବ୍ୟକ୍ତିଙ୍କ ନାମରେ ଅତ୍ୟଧିକ ସିମ୍ ଥିଲେ ସାଇବର ଅପରାଧ, ଆର୍ଥିକ ଠକେଇ ଓ ଜାଲିଆତିରେ ଏହାର ବ୍ୟବହାର ହୋଇପାରେ। ତେଣୁ ନୂଆ ସିମ୍ ଦେବା ପୂର୍ବରୁ ଗ୍ରାହକଙ୍କ ନାମରେ କେତେଟି କନେକ୍ସନ୍ ରହିଛି, ତାହା ଯାଞ୍ଚ କରାଯିବ।

