Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାମ୍ପତ୍ୟ ବିବାଦରୁ ସଫ୍ଟୱେର ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା! ପତ୍ନୀଙ୍କ ସମ୍ପର୍କୀୟଙ୍କ ଉପରେ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ ଦାମ୍ପତ୍ୟ ବିବାଦକୁ କେନ୍ଦ୍ର କରି ଜଣେ ୩୧ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ବିନୟ ଗୁପ୍ତା। ଘଟଣାକୁ ନେଇ ତାଙ୍କ ପରିବାର ପକ୍ଷରୁ ପତ୍ନୀ ଓ ଅନ୍ୟ ୬-୭ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି।

ପରିବାରର ଅଭିଯୋଗ ଅନୁସାରେ, ଦାମ୍ପତ୍ୟ ସମ୍ପର୍କକୁ ନେଇ ବିନୟଙ୍କ ସହ ପତ୍ନୀଙ୍କ ସମ୍ପର୍କୀୟଙ୍କ ବିବାଦ ହୋଇଥିଲା। ଏହାପରେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ରହିଛି। ଗୁରୁତର ଅବସ୍ଥାରେ ବିନୟଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁ ହୋଇଥିଲା।

ଘଟଣା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ବେଳେ, ଅନ୍ୟମାନଙ୍କ ଭୂମିକା ନେଇ ତଦନ୍ତ ଜାରି ରହିଛି। ଆକ୍ରମଣର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ସ୍ପଷ୍ଟ କରିବାକୁ ପୁଲିସ ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ