ଅଗଷ୍ଟ ଶେଷରେ ପୁଣି ଏକ ଲଘୁଚାପ! ବଢ଼ିପାରେ ବର୍ଷା, ବନ୍ୟା-ଜଳବନ୍ଦୀ ଆଶଙ୍କା
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ବଢ଼ିବା ଆଶଙ୍କା ରହିଛି।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଲଗାତାର ବର୍ଷା ହେଲେ ପୁଣି ବନ୍ୟା ଓ ଜଳବନ୍ଦୀ ଭଳି ସ୍ଥିତି ସୃଷ୍ଟି ହେବା ନେଇ ଚିନ୍ତା ବଢ଼ିଛି।
ତେବେ ଗତ ଦୁଇ ମାସରେ ବଙ୍ଗୋପସାଗରରେ ୭ଟି ଲଘୁଚାପ ସୃଷ୍ଟି ହୋଇସାରିଛି। ଏବେ ଆଉ ଏକ ଲଘୁଚାପର ସମ୍ଭାବନା ଥିବାରୁ ପାଣିପାଗ ପୁଣି ସକ୍ରିୟ ହେବାର ଆଶଙ୍କା ରହିଛି। ତେବେ ଲଘୁଚାପର ଗତିପଥ ଓ ପ୍ରଭାବ କେତେ ରହିବ, ତାହା ପରବର୍ତ୍ତୀ ପାଣିପାଗ ଆକଳନ ପରେ ଅଧିକ ସ୍ପଷ୍ଟ ହେବ।

